ପୋଲିସ ବନାମ ଜନତା

ସୋର: ସମବାୟ କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ଆସିଥିବାବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଥିବାର ଦୃଶ୍ୟ ନଜରକୁ ଆସିଛି । ପୋଲିସ ଓ ଜନତା ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ପଣାପଣା ସମବାୟ ସମିତିରୁ ଆସିଛି ଏଭଳି ଦୃଶ୍ୟ ।

ସୂଚନା ଅନୁସାରେ, ଗତ ୨ବର୍ଷ ଧରି ଜମାକାରୀ ଜମା ଅର୍ଥ ଓ ଧାନ ବିକ୍ରି ଅର୍ଥ ପାଉ ନଥିଲେ । ଶନିବାର ରାତିରେ ସମିତିର ପୂର୍ବତନ ସମ୍ପାଦକ ଚନ୍ଦ୍ର ଶେଖର ନାୟକ ଓ ସମିତିର ଜଣେ କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ କାର‌୍ୟ୍ୟଲୟରେ ବିଳମ୍ବିତ ରାତିରେ ପଶିଥିଲେ । ଲୋକମାନେ ସନ୍ଦେହ କରି ସେମାନଙ୍କୁ ଅଟକ ରଖିଥିଲେ ।

ରବିବାର ପ୍ରଶାସନ ପକ୍ଷରୁ ଉଭୟ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ଲୋକମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା ।ଶେଷରେ ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଥିଲା ପୋଲିସ ।

Share

Leave a Reply

Your email address will not be published. Required fields are marked *

thirteen + twenty =