କାର ଆଗ ସିଟରେ ବେଲ୍ଟ ବାନ୍ଧି ଶିଶୁଙ୍କୁ ନେବା ମନା

ଭୁବନେଶ୍ବର()  ୬ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ବୟସର ପିଲାଙ୍କୁ କାର୍ର ଆଗ ସିଟ୍ରେ ବସାଇ ନେବା ମନା। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆର୍ଟିଓ ସୂଚନା ଆଧାରରେ କହିଛନ୍ତି। କାରଣ ଛୋଟ ଶିଶୁଙ୍କ ପାଇଁ ଏହା ବିପଦ ଆଣିପାରେ।

ସୂଚନା ଅନୁସାରେ ନିକଟରେ ଜଣେ ବ୍ୟକ୍ତି କମିଶନରଙ୍କୁ ଟୁଇଟ୍ କରି କାର୍ରେ ଛୋଟ ଶିଶୁଙ୍କ ଯାତାୟାତ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏ ସଂକ୍ରାନ୍ତରେ ଉତ୍ତର ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆର୍ଟିଓ-୧କୁ ଜଣାଇବାକୁ କୁହାଯାଇଥିଲା। ଆର୍ଟିଓ ପ୍ରଦୀପ ମହାନ୍ତି ଜଣାଇନ୍ତି ଯେ, କାର୍ର ଆଗ ସିଟ୍ରେ ୬ ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷର ଶିଶୁଙ୍କୁ ସିଟ୍ବେଲ୍ଟ ବାନ୍ଧି କେହି ନେଇପାରିବେ ନାହିଁ। କାରଣ ଗାଡ଼ିଟି ହମ୍ସ କିମ୍ବା ଖାଲରେ ପଡ଼ିଗଲେ ପିଲାଟି ସିଟ୍ରୁ ବାହାରି ଯିବାର ସମ୍ଭାବନା ରହିଛି। ତେଣୁ ଶିଶୁଙ୍କୁ ଏଭଳି ନେବା ଦଣ୍ଡନୀୟ। କିନ୍ତୁ କାର ଆଗରେ ଜଣେ ବୟସ୍କ ବ୍ୟକ୍ତି ଏହି ବୟସର ଶିଶୁଙ୍କୁ ଧରି ନିଜେ ସିଟ୍ବେଲ୍ଟ ବାନ୍ଧି ନେଇପାରିବେ ବୋଲି ଆର୍ଟିଓ ମହାନ୍ତି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

one × four =