ବିଦ୍ୟାଳୟ ଖୋଲିବା ନିମନ୍ତେ ମାର୍ଗଦର୍ଶୀକା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ , ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏକାଦଶ ଓ ଅଷ୍ଟମଶ୍ରେଣୀ ଯଥାକ୍ରମେ ତା ୨ ୧.୧୦.୨୦ ୨୧ରିଖ ଓ ୨୫.୧୦.୨୦୨୧ରିଖ ଠାରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆମ ରାଜ୍ୟର ସମସ୍ତ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ତା ୨୫.୧୦.୨୦୨୧ରିଖରୁ ସକାଳ ୯ ଘଟିକା ଠାରୁ ୧୨ଘ.୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲିବାକୁ ଯାଉଛି । ଦୀର୍ଘ ୧୮ମାସପରେ ବିଦ୍ୟାଳୟ ଖୋଲୁଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ଆସିବା ସ୍ଵାଭାବିକ୍ । ଦୀର୍ଘଦିନର ବିଦ୍ୟାଳୟ ବନ୍ଦ ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁଥିବାରୁ ସରକାର କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ଏହି ପରିପ୍ରେକ୍ଷୀରେ ନେବାକୁ ଯାଉଛନ୍ତି | ତେବେ ଛାତ୍ରଛାତ୍ରୀଙ୍କୁ ଆକ୍ରୁଷ୍ଟ କରିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ | ସେହିପରି ଅସୁସ୍ଥ ଗୁରୁଜୀ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି |
ଦୀର୍ଘ ୧୮ ମାସ ପରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ଏଥିପାଇଁ ଏକ ମାର୍ଗଦର୍ଶୀକା ଜାରି କରାଯାଇଛି |
୧ . ଅକ୍ଟୋବର ୧୭ ତାରିଖ ଠାରୁ ୨୪ତାରିଖ ମଧ୍ୟରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବସି ଅଷ୍ଟମ ଶ୍ରେଣୀର ପିଲାମାନଙ୍କର ପାଠପଢ଼ା ସମ୍ପର୍କିତ ଆଲୋଚନା କରାଯିବ ।

୨ . ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ୧୭ତାରିଖ ଠାରୁ ଆରମ୍ଭ ହେବ । ପ୍ରଧାନଶିକ୍ଷକମାନେ ବିଦ୍ୟାଳୟ ଖୋଲିବା ପୂର୍ବଦିନ ପରିଚ୍ଛନ୍ନତା ଉପରେ ସବିଶେଷ ତଥ୍ୟ ଡ଼ି.ଇ.ଓ. ମାନଙ୍କୁ ଜଣାଇବେ ।

୩ . ୧୮ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ପିଲମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେରଖୁ ଶିକ୍ଷକମାନେ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ । ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ( ୨୫ ଓ ୨୬ ଅକ୍ଟୋବର ) ପିଲାମାନଙ୍କ ମଧ୍ୟରେ ଆଲୋଚନା , ତର୍କ ପ୍ରତିଯୋଗୀତା , ସଂଗୀତଗାନ , ଚିତ୍ରାଙ୍କନ , ମାଟିକାମ , କୋଭିଚ୍‌ ସମୟରେ ସମୟ କିପରି ବିତାଇଲ ତା ’ ଉପରେ ଆଲୋଚନା କାର୍ଯ୍ୟକ୍ରମ ନିଆଯାଇପାରେ । ଏହି ଦୁଇଦିନ କୌଣସି ପାଠପଢ଼ା ହେବ ନାହିଁ । ପିଲାମାନେ ମୁକ୍ତଭାବରେ ବିଦ୍ୟାଳୟ ଭିତରେ ବୁଲିବା , ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା , ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା କରିବା ଇତ୍ୟାଦି କାର୍ଯ୍ୟକ୍ରମ ନେଇପାରନ୍ତି । ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବା ଦରକାର । ଛାତ୍ରଛାତ୍ରୀମାନଙ୍କ ମନରେ ବିଦ୍ୟାଳୟ ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଅଟେ ।

୪. ଗତ ୧୮ମାସ ଧରି ଛାତ୍ରଛାତ୍ରୀମାନେ ପାଠପଢ଼ା ଠାରୁ ଦୂରେଇ ରହିଥିବାରୁ ସେମାନଙ୍କର ଶିକ୍ଷଣସ୍ତର ବହୁତ୍ କମିଯାଇଥିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାମାନେ ୭ମ ଶ୍ରେଣୀରେ କିଛି ପଢ଼ିନାହାନ୍ତି । ସେହିପରି ଷଷ୍ଠ ଶ୍ରେଣୀର ପାଠ ଉପରେ ସେମାନଙ୍କର କିଛି ଧାରଣା ରହିଥାଇପାରେ । ଏହାକୁ ଦୃଷ୍ଟିରେ ରଖ୍ ସବୁପିଲାମାନଙ୍କ ଶିକ୍ଷଣ ସ୍ତରର ଏକ ଆକଳନ କରାଯିବ । ୨୭ ତାରିଖରେ ଓଡ଼ିଆ , ୨୮ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ । ଏହାର ସମୟସୀମା ମାତ୍ର ୧ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ଓ ଏସ୍ . ସି.ଇ.ଆର.ଟି ତରଫରୁ ଯୋଗାଇ ଦିଆଯିବ । ପ୍ରଧାନଶିକ୍ଷକମାନେ ପ୍ରଶ୍ନପତ୍ରକୁ ଜେରକ୍ସ କରି ସବୁ ଛାତ୍ରଛାତ୍ରୀମାନଙ୍କୁ ଦେବେ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ , ପ୍ରଧାନଶିକ୍ଷକ / ଶିକ୍ଷକ ସେମାନଙ୍କ ଘରକୁ ବା ଗାଁ କୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ । ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ପରେ ଏହାର ବିଶ୍ଳେଷଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ।

୫. ଆକଳନ ସରିବା ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା (Remedial Teaching ) ପ୍ରଧାନଶିକ୍ଷକଙ୍କ ଦ୍ଵାରା କରାଯିବା । ଅଷ୍ଟମ ଶ୍ରେଣୀ ପାଇଁ ଉତ୍‌ଥାନ ପୁସ୍ତିକା ଓଡ଼ିଆ , ଗଣିତ ଓ ଇଂରାଜୀରେ ଦିଆଯାଇଛି । ଏଥିରେ ଥିବା କାର୍ଯ୍ୟଫର୍ଭକୁ ଛାତ୍ରଛାତ୍ରୀ ମାନଙ୍କୁ ଲେଖିବା ପାଇଁ ଦିଆଯିବ । ସେମାନେ ବ୍ୟକ୍ତିଗତ ସ୍ତରରେ ଏହା କରିସାରିବା ପରେ ଦଳମଧ୍ୟରେ ଏହାକୁ ଆଲୋଚନା କରିବେ । ଶିକ୍ଷକ କେବଳ ମାର୍ଗଦର୍ଶନ ଦେବେ । ଯଦି କୌଣସି ଜିଲ୍ଲା ନୂଆ କରି କୌଣସି Remedial Teaching ପାଇଁ ଯୋଜନା କରିଥିବେ , ତେବେ ତାହାକୁ ଅନ୍ୟ ଜିଲ୍ଲାମାନଙ୍କ ସହ ବିନିମୟ କରିପାନ୍ତି |

୬. ପିଲାମାନେ ୧୮ ମାସ କାଳ ପ୍ରତ୍ୟକ୍ଷ ଭାବେ ପାଠ ପଢ଼ିନାହାନ୍ତି । ତେଣୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ସପ୍ତମ ଶ୍ରେଣୀର ସହଜ ବିଷୟବସ୍ତୁ ପ୍ରଥମେ ପଢ଼ାଇବା ଉଚିତ୍ । ଯେଉଁ ବିଷୟ ଗୁଡ଼ିକ ଉଭୟ ସପ୍ତମ ଶ୍ରେଣୀ ଓ ଅଷ୍ଟମ ଶ୍ରେଣୀରେ ଅଛି , ସେଗୁଡ଼ିକୁ ପ୍ରଥମେ ପଢ଼ାଇ ପିଲାମାନଙ୍କ ମନରୁ ପାଠପ୍ରତି ଭୟ ଦୂର କରିବା ଉଚିତ୍ ।

୭. NAS ପରୀକ୍ଷାର ଆବଶ୍ୟକତାକୁ ଆଖି ଆଗରେ ରଖୁ ସମସ୍ତ ଅଷ୍ଟମ ଓ ଦଶମ ଶ୍ରେଣୀର ପିଲାମାନେ NAS sample question କୁ ଅଭ୍ୟାସ କରିବା ଉଚିତ୍ । ପ୍ରକାଶ ଥାଉକି NAS ପରୀକ୍ଷା ୧୨.୧୧.୨୦୨୧ରେ କିଛି ବଛା ବଛା ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି ।

୮. ବିଦ୍ୟାଳୟ ତ୍ୟାଗ କରିଥିବା ଛାତ୍ରଛାତ୍ରୀମାନଙ୍କର ସର୍ଭେ ଶେଷ ହୋଇଛି । ସେମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ SMC | PTA ଓ ଗୋଷ୍ଠି ସହ ଯୋଗାଯୋଗ କରାଯାଇପାରେ । ସେହି ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ନାମଲେଖା ଅତ୍ୟନ୍ତ ଜରୁରୀ ।

୯ . ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପିତାମାତା / ଅଭିଭାବକମାନଙ୍କ ସହ ଏକ ବୈଠକ ଆୟୋଜନ କରି ସବୁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ପ୍ରବର୍ତ୍ତାଇବା ଉଚିତ୍ । ପ୍ରାରମ୍ଭିକ ଆକଳନ ( Base line Suervey ) ପରେ ଆଉଥରେ ସେହି ଅଭିଭାବକମାନଙ୍କ ସହ ପିଲାମାନଙ୍କର ପାଠପଢ଼ାର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇପାରେ ।

୧୦. ପିଲାମାନେ ବିଦ୍ୟାଳୟ ବନ୍ଦ ରହିବା ଯୋଗୁଁ କୌଣସି ଲିଖତ କାର୍ଯ୍ୟ ( Written Work ) କରିନାହାନ୍ତି । ସେଥିପାଇଁ ଶିକ୍ଷକ ପ୍ରତିପିଲାମାନଙ୍କୁ ସବୁଦିନ କିଛି ଲିଖତ କାର୍ଯ୍ୟ ଦେବେ । ସେହିସବୁ କାର୍ଯ୍ୟକୁ ମଧ୍ଯ ସଂଶୋଧନ କରାଇବେ । ମାତାପିତା ଓ ଅଭିଭାବକ ମାନଙ୍କ ସହ ଏ ବିଷୟରେ ଆଲୋଚନା କରିବେ ।

୧୧. ଶିକ୍ଷକମାନେ ପ୍ରତ୍ୟେକ ଦିନ ଯେଉଁ ବିଷୟ ପଢ଼ାଇବେ , ତାର ଲେସନ୍ ନୋଟ୍ ତିଆରି କରି ଶ୍ରେଣୀକୁ ଯିବେ । ତଦନୁଯାୟୀ ପାଠ ପଢ଼ାଇବେ ଓ ପିଲାମାନଙ୍କର ଦକ୍ଷତା ମାପିବେ ।

୧୨. ପ୍ରଧାନଶିକ୍ଷକମାନେ ନିଶ୍ଚିତ ଭାବରେ ଶ୍ରେଣୀରେ ପାଠପଢ଼ାଇବେ । ଅନ୍ୟ ଶିକ୍ଷକମାନଙ୍କର ପାଠପଢ଼ାକୁ ଶ୍ରେଣୀର ପଛବେଞ୍ଚରେ ବସି ପ୍ରଧାନଶିକ୍ଷକ ନିରୀକ୍ଷଣ କରିବେ । ତଦନୁଯାୟୀ ସେ ଶିକ୍ଷକଙ୍କୁ ଉଚିତ୍ ମାର୍ଗଦର୍ଶନ ଦେଇପାରିବେ । ଫଳରେ ଶିକ୍ଷକମାନଙ୍କର ପାଠପଢ଼ା ଶୈଳୀରେ ଉନ୍ନତି ଆସିବ ।

୧୩. ପ୍ରତ୍ୟେକ ଦିନ ପ୍ରଧାନଶିକ୍ଷକ ବିଦ୍ୟାଳୟ ପାଠପଢ଼ା ସମାପ୍ତି ପରେ ୩୦ ମିନିଟ୍‌ର ଏକ ବୈଠକ ଶିକ୍ଷକମାନଙ୍କ ସହ କରି ପାଠପଢ଼ାର ଅଗ୍ରଗତି ବିଷୟରେ ସମୀକ୍ଷା କରିବେ । ପରଦିନ ପାଇଁ ମଧ୍ୟ ପାଠପଢ଼ାର ଯୋଜନା ତିଆରି କରିବେ ।

୧୪. ପ୍ରତ୍ୟେକ ସପ୍ତାହରେ ଥରେ ଓ ମାସର ଶେଷଦିନ ବିଦ୍ୟାଳୟର ପାଠଦାନ ଉପରେ ପ୍ରଧାନ ଶିକ୍ଷକମାନେ ବୈଠକ କରି ପାଠପଢ଼ା ଅଗ୍ରଗତିର ସମୀକ୍ଷା ମଧ୍ୟ କରିବେ ।

୧୫. CRCC , ABEO , BEO , ADEO , DEO / DPC ମାନେ ବିଦ୍ୟାଳୟକୁ ନିୟମିତ ତଦାରଖ କରିବେ । ମାସ ମଧ୍ୟରେ ସମସ୍ତ ବିଦ୍ୟାଳୟ ନିଶ୍ଚିତ ଭାବରେ ତଦାରଖ ହେବା ଉଚିତ୍ । OSEPA ତରଫରୁ School Monitoring App . କୁ କାର୍ଯ୍ୟକ୍ଷମ କରାଇ ତଦାରଖ ବ୍ୟବସ୍ଥାକୁ ଆହୁରି ସୁନିୟନ୍ତ୍ରିତ କରାଯାଉଅଛି ।

୧୬. ଓସେପାରେ ସ୍ଥାପିତ Command & Control Center ସମସ୍ତଙ୍କ ସହ ଯୋଗାଯୋଗ କରି ବିଦ୍ୟାଳୟ ତଦାରଖ ସମ୍ପର୍କରେ ସମସ୍ତ ନିର୍ଦ୍ଦେଶାଳୟକୁ ଜଣାଇବେ ଓ ନିର୍ଦ୍ଦେଶାଳୟମାନେ ତଦନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।

୧୭. ସରକାରୀ ନୀତିନିୟମ ଅନୁଯାୟୀ ଆବଶ୍ୟକସ୍ଥଳେ ଅତିଥୁ ଶିକ୍ଷକ ଡ଼ି.ଇ.ଓ. ମାନଙ୍କ ଦ୍ବାରା ନିୟୋଜନ କରାଯାଇପାରେ ।

୧୮. ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫ ଜନିତ ରୋଗରେ ପିଡ଼ୀତ ଥୁବେ , ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ବିଦ୍ୟାଳୟ ଖୋଲିବା ନିମନ୍ତେ ଚୁଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ।

୧୯. ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖୁଲା ଖାଦ୍ୟ ପିଲାମାନଙ୍କୁ ଯୋଗଇ ଦିଆଯିବ ।

୨୦. ବିଦ୍ୟାଳୟ ଖୋଲିବା ଦିନ ତା୨୫.୧୦ , ୨୦୨୧ରିଖ ପିଲାମାନଙ୍କୁ ଅଷ୍ଟମ ଶ୍ରେଣୀର ଉତଥାନ ପୁସ୍ତିକା ଓ ପାଠ୍ୟପୁସ୍ତିକା ବଣ୍ଟାଯାଇ ନଥିଲେ ଯୋଗାଇ ଦିଆଯିବ । ସେଥିରେ ଥିବା କାର୍ଯ୍ୟଫର୍ଦ୍ଦ ପିଲାମାନେ କରିବେ ଓ ପିଲାମାନଙ୍କ ଦ୍ବାରା ଏହା ସଂଶୋଧନ କରାଯିବ । ଶିକ୍ଷକ କେବଳ ତଦାରଖ କରିବେ ।

ସବୁ ପ୍ରଧାନଶିକ୍ଷକମାନେ ଏହି ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − 10 =