ପରେଡ୍‌ ଉତ୍ସବରେ ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍‌ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ତେବେ ପରେଡ଼ରେ କେବଳ ପୁଲିସ ଓ ପାରା ମିଲିଟାରୀ ଫୋର୍ସ ଭାଗ ନେବେ ା ରାଜ୍ୟ ଗୃହ ବିଭାଗ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସବୁ ଆର୍‌ଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ସେହିପରି ସ୍ୱାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିକୁ ଦେଖି ସାଂସ୍କୃତିକ ଓ ଶାରୀରିକ କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ମଧ୍ୟ ଏଡାଇବା ଲାଗି ଚିଠିରେ ପରାମର୍ଶ ଦିଆଯିବା ସହିତ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ ଓ ସରକାରୀ କାର୍ଯ୍ୟାଳୟ ଏବଂ ସ୍କଲ୍‌ ଗୁଡ଼ିକରେ ସ୍ୱାଧୀନତା ଦିବସ ପରେଡ୍‌ରେ ପିଲାମାନଙ୍କ ସାମଲ ଉପରେ କଟକଣା ଜାରି କରିଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen + ten =