ଅଟୋରେ ଛାତ୍ରଛାତ୍ରୀ ଆସିଲେ ସ୍କୁଲ ହେବ ବ୍ୟାନ୍

ଭୁବନେଶ୍ବର () ଅଟୋରେ ଛାତ୍ରଛାତ୍ରୀ ଆସିଲେ ସ୍କୁଲକୁ କରାଯିବ ବ୍ୟାନ୍ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଅଟୋକୁ ବ୍ୟାନ୍ କରାଯାଇଥିଲା । ଗାଇଡ୍ ଲାଇନ୍ ନପାଳିବାରୁ ଏଣିକି ସ୍କୁଲ୍ ବ୍ୟାନ୍ ହେବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପରିବହନକୁ ନିଶ୍ଚିତ କରିବାକୁ ୨୦୧୬ରେ ସ୍ବତନ୍ତ୍ର ଗାଇଡ୍ ଲାଇନ୍ କରିଥିଲେ ସରକାର । ହେଲେ ଏହି ନିୟମ କେହି ମାନୁନାହାଁନ୍ତି ।

କିନ୍ତୁ ଏବେ ନିୟମ ନମାନିଲେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଅଟୋ ଭଳି ତିନି ଚକିଆ ବାହାନକୁ ସ୍କୁଲ ପିଲାଙ୍କ ପରିବହନରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । ଚାରିଚକିଆ ଗାଡ଼ିରେ ହ୍ୟାଙ୍ଗର, ସେଫଟି ଗ୍ରିଲ୍ସ୍, ଫାଷ୍ଟ ଏଡ୍ ବକ୍ସ, ଅଗ୍ନି ନିର୍ବାପକ ଯନ୍ତ୍ର ସହ ସ୍ପିଡ୍ ଗଭର୍ଣ୍ଣର ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ଗଞ୍ଜାମ ଦିଗପହଣ୍ଡିରେ ଘଟିଥିଲା ସାଂଘାତିକ ଅଘଟଣ । ଅଟୋରୁ ଖସିପଡି ୬ବର୍ଷର ଶିଶୁର ଜୀବନ ଚାଲି ଯାଇଥିଲା ।

Share

Leave a Reply

Your email address will not be published. Required fields are marked *

11 − three =