ଏସସିବି ଛାତ ଉପରୁ ଖସି ରୋଗୀ ମୃତ

କଟକ: ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଛି। ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି। କିନ୍ତୁ କେଉଁ ପରିସ୍ଥିତିରେ ରୋଗୀ ଜଣକ ତଳକୁ ପଡ଼ିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।ସୂଚନାନୁଯାୟୀ, ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ କଟକ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆକ୍ରାନ୍ତ ଜଣକ ୪ ମହଲାରୁ କିପରି ଭାବେ ଖସି ପଡ଼ିଲେ ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି।

Share

Leave a Reply

Your email address will not be published. Required fields are marked *

4 + 19 =