ଏସ.ସିବିରେ ବନ୍ଦ ହୋଇପାରେ ଓପନହାର୍ଟ ସର୍ଜରୀ ବିଭାଗ

କଟକ () କଟକ ଏସ.ସି.ବି ମେଡିକାଲରେ ଓପନହାର୍ଟ ସର୍ଜରୀ ବିଭାଗ ବନ୍ଦ ହୋଇପାରେ । ଡାକ୍ତର ଅଭାବ କାରଣରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଥିବା ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରୁ ଏସସିବି ଗୋଟିଏ ମାତ୍ର ମେଡିକାଲ କଲେଜ ଯେଉଁଠି ଓପନହାର୍ଟ ସର୍ଜରୀ କରାଯାଇଥାଏ ।

ଏମସିଆଇ ଗାଇଡଲାଇନ ଅନୁସାରେ କଟକ ଏସ.ସି.ବି ମେଡିକାଲ ଓପନହାର୍ଟ ସର୍ଜରୀ ବିଭାଗରେ ୮ ଜଣ ଡାକ୍ତର ରହିବା କଥା । ହେଲେ ଏଠାରେ ଥିଲେ ମାତ୍ର ୪ ଜଣ ଡାକ୍ତର । ସେଥି ମଧ୍ୟରୁ ଗତ ୧୫ ଦିନ ତଳେ ଦୁଇ ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି । ଏବେ ମାତ୍ର ଦୁଇଜଣ ଡାକ୍ତର ଓପନହାର୍ଟ ସର୍ଜରୀ କରୁଛନ୍ତି । ପୂର୍ବରୁ ସପ୍ତାହକୁ ୫ ରୁ ୬ଟି ଓପନହାର୍ଟ ସର୍ଜରୀ ହେଉଥିବା ବେଳେ ଏବେ ମାତ୍ର ଦୁଇରୁ ତିନୋଟି ସର୍ଜରୀ ହେଉଥିବା କହିଛନ୍ତି ବିଭାଗର ଏଚଓଡି ।

Share

Leave a Reply

Your email address will not be published. Required fields are marked *

12 − eleven =