ରାଜଧାନୀ ସ୍ଥିତ ସତ୍ୟନଗରକୁ ସିଲ୍

ଭୁବନେଶ୍ୱର() କରୋନା ସତର୍କତା ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ସତ୍ୟନଗରକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ ହୋଇଛି । ସତ୍ୟନଗର ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏହିପରି କଟକଣା ଲାଗୁ ହୋଇଛି । ସତ୍ୟନଗରରୁ କାଳୀ ମନ୍ଦିର ଛକ ସିଲ୍ ହୋଇଛି । କାଳୀ ମନ୍ଦିରରୁ ପତଞ୍ଜଳୀ ଷ୍ଟୋର ପର୍ଯ୍ୟନ୍ତ ସିଲ୍ ହୋଇଛି । ସେହିପରି ପତଞ୍ଜଳୀ ଷ୍ଟୋରରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ୱାଟର ସିଲ୍ ହୋଇଛି । ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି । ହେଲ୍ପ ଲାଇନ ନମ୍ବର ହେଉଛି ୧୯୨୯ । ସେଠାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ ସେ ବିଦେଶ ଗସ୍ତ କରିନାହାନ୍ତି କି ରାଜ୍ୟ ବାହାରକୁ ଯାଇନଥିଲେ । ଏହାସହ ଆକ୍ରାନ୍ତ ଜଣଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − five =