୭୫ % ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର () ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ/ଅଧକ୍ଷାଙ୍କୁ ଏହି ନିୟମକୁ ତୁରନ୍ତ ଲାଗୁ କରିବାକୁ ଚିଠି ଲେଖି ନିର୍ଦ୍ଦେର୍ଶ ଦେଇଛନ୍ତି । ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଏଣିକି ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କ ଶ୍ରେଣୀରେ ଅତିକମରେ ୭୫ ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ । ଯଦି କୌଣସି ଛାତ୍ରଛାତ୍ରୀଙ୍କର ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଶ୍ରେଣୀରେ ରହେ ତେବେ ତାଙ୍କୁ ବାର୍ଷିକ ପରୀକ୍ଷାରେ ବସିବା ଲାଗି ଅନୁମତି ଦିଆଯିବ ନାହିଁ।

Share

Leave a Reply

Your email address will not be published. Required fields are marked *

one × five =