କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁକେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ପାତ୍ର ଓ ସୁବାସ ସିଂହ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡଃ.ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକର ହଜାର ବର୍ଷର ଗର୍ବ ଓ ଗୈରବର ଐତିହକୁ ବହନକରି ବାରବାଟି ଦୁର୍ଗ-ଗଡଖାଇ ଏକ ଐତିହାସିକ ସ୍ମାରକି ହୋଇ ରହିଆସିଛି । ଏକାଦଶ ଶତାବ୍ଦିରେ କଟକର ମହାନଦୀ – କାଠଯୋଡି ସଙ୍ଗମ ସ୍ଥଳରେ ଚାରିପାଖରେ ହ୍ରଦଥାଇ ଏକ ଦୁର୍ଗ ଭାବରେ ୯ମହଲା ରାଜଧାନୀ ଭାବରେ କାର୍ଯ୍ୟକରି ଆସୁଥିଲା । କଟକ ବାରବାଟି ଦୁର୍ଗର ନବୀକରଣ ଓ ଉନ୍ନତିକରଣ ପାଇଁ ୨୦୦୮ ଓ ୨୦୦୯ ମସିହାରେ କେନ୍ଦ୍ରସରକାରଙ୍କ ଟକ୍ସଭବଦ୍ଭ ଓଦ୍ଭଲକ୍ସବଗ୍ଦଗ୍ଧକ୍ସଙ୍କମଗ୍ଧଙ୍କକ୍ସର ଊରଙ୍ଖକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ
ଝମଷରଜ୍ଞର ଲକ୍ଟକ୍ସ ଝଜ୍ଞବକ୍ଷକ୍ଷ ବଦ୍ଭୟ ଗସୟୟସଙ୍କଜ୍ଞ ଗ୍ଧକ୍ଟଙ୍ଗଦ୍ଭ କ୍ଟ୍ରକ୍ସକ୍ଟଶକ୍ସବଜ୍ଞଜ୍ଞର ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏହି ଯୋଜନାରେ ୧୭କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟି ଦୁର୍ଗ ର ଚାରି ପଟ ହ୍ରଦକୁ ଖନନ କରି ଏହାର ପୁନଃନିର୍ମାଣ ତଥା ସୈନ୍ଧର୍ଯ୍ୟକରଣ କରିବା ଓ ଏହାର ଭିତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଶିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ ।
୨୦୦୭-୦୯ ମସିହା ରେ କେନ୍ଦ୍ର ସରକାର ଏହି ଯୋଜନା ରେ ୧୭କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟି ଦୁର୍ଗ ର ଚାରି ପଟ ହ୍ରଦ କୁ ଖନନ କରି ଏହାର ପୁନଃନିର୍ମାଣ ତଥା ସୈନ୍ଧର୍ଯ୍ୟକରଣ କରିବା ଓ ଏହାର ଭିତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଶିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । କଟକ ମୁନିସପାଲ୍ କର୍ପୋରେସନ୍‌କୁ କିଛି କାର୍ଯ୍ୟ ସମ୍ପାଦନ
କରିବା ପାଇଁ ଦାୟୀତ୍ୱ ଦିଆଯାଇଥିଲା । କଟକ ମୁନିସପାଲ୍ କର୍ପୋରେସନ୍ ଏହାକୁ ପୁର୍ଣ୍ଣାଙ୍ଗ କରିବାପରେ ଏହାର ଅନ୍ୟକାର୍ଯ୍ୟ ଗୁଡିକୁ ଅଗ୍ରଗତି ପାଇଁ ନି ବେଦନ କରି ଚିଠି ଲେଖିଲେ ମଧ୍ୟ ଏହାର ଅଗ୍ର ଗତି ହୋଇପାରୁ ନାହିଁ । ଏହାର ଭିତିଭୂମି ଉନ୍ନତିକରଣ ଓ ସୈନ୍ଧର୍ଯ୍ୟକରଣ କାର୍ଯ୍ୟ କୁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅବହେଳା କରି ଚାଲିଛି । ପ୍ରତ୍ନତତ୍ୱ ବିଭାଗ ପାଖରେ ୧୪ କୋଟି ରୁ ଉଦ୍ଧ୍ୱ ଟଙ୍କା ଥିଲେ ମଧ୍ୟ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ନାହିଁ କି ଏହାକୁ ପୁର୍ଣ୍ଣାଙ୍ଗ କରାଯାଉ ନାହିଁ ।
ଏହା ଏକ ଐତିହ ପ୍ରୋଜେକ୍ଟ ହୋଇଥିବାରୁ ଏବଂ ଏହା ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ନିଶିଦ୍ଧାଚଂଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାର ଉନ୍ନତିକରଣ ପାଇଁ କୈଣସି ପଦକ୍ଷେପ ନେଇପାରୁ ନାହିଁ । ବାରବାଟି ଦୁର୍ଗ ଭିତରେ ଓଡିଶାର ଏକମାତ୍ର ଇନ୍‌ଡୋର ଷ୍ଟାଡିୟମ୍ , ସ୍ପୋର୍ଟସ୍ ହଷ୍ଟେଲ ଓ ସତ୍ୟବ୍ରତ ଷ୍ଟାଡିୟମ୍ ରହିଛି ଯାହାଫଳରେ କଟକ ଓଡିଶାର ସ୍ପୋର୍ଟସ୍ କ୍ୟାପିଟାଲ ଭାବରେ ପରିଚିତ । ଏହି କାର୍ଯ୍ୟର ବିଳମ୍ବତାକୁ ଦୁର କରିବା ପାଇଁ ରାଜ୍ୟ ସରକାର ଓ କଟକ ମୁନିସପାଲ କର୍ପୋରେସନ୍ ବାରମ୍ବାର ଅନୁରୋଧ କରିଆସୁଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଂସଦ ସୁ ବାସ ସିଂହ ଗତ ମାର୍ଚମାସ ସଂସଦ ଅଧିବେଶନରେ ଉପସ୍ଥାପନା କରି ୩ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ରେଡ୍ଡି ଅଗ୍ରାଧିକାର ଭିତିରେ ଏହି କାର୍ଯ୍ୟସମ୍ପାଦନ କରିବାକୁ ପ୍ରତିଶୃତି ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five × one =