ଟ୍ୱିଟରରେ ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଓ ପୁଂସିକାର୍ଡକୁ ନେଇ ତେଜିଲା ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣରେ ବ୍ୟବସ୍ଥା କରିଛନ୍ତି । ତେବେ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଫଟୋ ଲଗାଇବା କଥା । କିନ୍ତୁ ଏଭଳି ନହେବା ଅସୁରକ୍ଷା ଭାବ ତ୍ତ୍ୱଓ ହୀନମଣ୍ୟତାର ପରିଚୟ ବୋଲି କହିଛନ୍ତି ସାସଦ ଅପରାଜିତା ଷଢ଼ଙ୍ଗୀ ।


ସେପଟେ ଅପରାଜିତାଙ୍କ ଟ୍ୱିଟି ରିଟ୍ୱିଟ୍ କରିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର । ସେ ଲେଖିଛନ୍ତି କି, ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି । ତେବେ ବିଜେଡ଼ି କେବେ ଏହାକୁ ପ୍ରତିବାଦ କରିନି । ଟିକାକେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବିଷୟ । ସେପଟେ ଉଭୟଙ୍କ ଟ୍ୱିଟରେ ବହୁ ୟୁଜର୍ସମାନେ ରିଟ୍ୱିଟ୍ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଟିକାକେନ୍ଦ୍ରରେ ଫଟୋକୁ ନେଇ ଆରମ୍ଭ ହୋଇଥିବା ରାଜନୀତିକୁ ସାଧାରଣରେ ନିନ୍ଦା କରାଯାଇଛି । ଲୋକେ କିଭଳି ଟିକା ନେବେ ସେଥିଲାଗି ଧ୍ୟାନ ନଦେଇ ରାଜନୀତି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

nineteen − 8 =