ସୋସିଆଲ ମିଡିଆରେ ସାରଥିଙ୍କ ନୂଆ ଷଡ଼ଯନ୍ତ୍ର

ଭୁବନେଶ୍ୱର() ବ୍ୟାକ୍‌ କରୁଛନ୍ତି ସାରଥି ! ସୋସିଆଲ ମିଡିଆରେ ସାରଥିଙ୍କ ନୂଆ ଷଡ଼ଯନ୍ତ୍ର ! ଅନୁଗାମୀଙ୍କୁ ମୋହରା କରି ଦେବତା ହେବାକୁ ନୂଆ ଭାଣ୍ଡାମି । ଏଥର ବାରିମୂଳ ନୁହେଁ ଅଜ୍ଞାତ ସ୍ଥାନରୁ ପ୍ରବଚନ । ପୁଣି ଶୁଭିଲାଣି ମାନ୍ୟବର ମାନ୍ୟବର । ଅନର୍ଗଳ ପ୍ରବଚନ ଦେଉଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ । କେନ୍ଦ୍ରାପଡ଼ା ମାଟି, ବଳଦେବଜିଉଙ୍କ ମାଟି, ମହାକାଳଙ୍କ ମାଟିକୁ ଅପବିତ୍ର, ବଦନାମ କରିଥିବା ସେହି ସାରଥି । ଯାହା ପାଇଁ ଅଶାନ୍ତ ହୋଇଥିଲା ବାରିମୂଳ । ସୃଷ୍ଟି ହୋଇଥିଲା ଆଇନଶୃଙ୍ଖଳା ପରିସ୍ଥିତି । ସେ ଏବେ ଫେରୁଛନ୍ତି । କିନ୍ତୁ କେନ୍ଦ୍ରାପଡ଼ାକୁ ନୁହେଁ, ସୋସିଆଲ ମିଡିଆକୁ କରିଛନ୍ତି ମାଧ୍ୟମ ।

ପ୍ରଭୁ ସାରଥିଙ୍କ କଥାମୃତ, ଅନଭୂତିରେ ପ୍ରଭୁ ସାରଥି, ଶ୍ରୀମଦ ସାରଥି ଦେବଙ୍କ ଦିବ୍ୟବାଣୀ ଏପରି ଶିରୋନାମାରେ ଅପ୍‌ଲୋଡ୍‌ ହୋଇଛି ଶହଶହ ବାଣୀ । ଫୁଲ ରଖି ପୂଜା ପାଉଥିବା ପାଦ ମଧ୍ୟ ପୋଷ୍ଟ ହୋଇଛି ।

ଆଉ କିଛି ଭିଡିଓରେ ଅନୁଗାମୀ ମଧ୍ୟ ସାରଥିଙ୍କ ମାହାତ୍ମ୍ୟ ମଧ୍ୟ ପ୍ରଚାର କରୁଛନ୍ତି । ବଖାଣୁଛନ୍ତି ଅନୁଭୂତିର କଥା ।

ଏପରିକି ପ୍ରତ୍ୟେକ ଶନିବାର ରାତି ଆଠଟାରେ ଫେସବୁକରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଲାଇଭ ଦେଖିବାକୁ ପୋଷ୍ଟ ହୋଇଛି ପ୍ରମୋ ।

୩ ଓ ୪ ଅକ୍ଟୋବରରେ ପୋଷ୍ଟ ହୋଇଥିବା ଏହି ବାର୍ତ୍ତାକୁ ଦେଖନ୍ତୁ । ଯେଉଁଥିରେ ଜଳେଶ୍ୱରରେ ଦିଲ୍ଲୀପ ସାର୍‌ଙ୍କ ଘରେ ସାରଥିଙ୍କ ପାଦରୁ ଗଙ୍ଗାଜଳ ଝରୁଥିବା ଉଲ୍ଲେଖ ରହିଛି । ଯାହାକୁ ନେଇ ଦେଖାଦେଲାଣି ଅସନ୍ତୋଷ । ଏପରି ଚାଲିଲେ ପୁଣି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସତର୍କ କରାଇଦେଇଛନ୍ତି ବୁଦ୍ଧିଜୀବୀ ।

କେନ୍ଦ୍ରାପଡ଼ା ମାଟିରେ ପାଦ ଦେବାକୁ କରାଯାଇଛି ବାରଣ । ତଥାପିଙ୍କ ନାମରେ କିଏ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ନେଇ ଫେସ୍‌ବୁକରେ ଆକାଉଣ୍ଟ ଖୋଲି ପ୍ରଚାର ପ୍ରସାର ଚଳାଇଛନ୍ତି ତାହା ସ୍ପଷ୍ଟ ହେବା ଦରକାର ।

Share

Leave a Reply

Your email address will not be published. Required fields are marked *

3 × one =