ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ସକାଳ ୧୦ ପୂର୍ବରୁ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇଛି । ପୁରୀ ଶଙ୍କରାଚାର‌୍ୟ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉମାନଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି । ଶଙ୍କରାଚାର‌୍ୟ୍ୟଙ୍କ ସହିତ ତାଙ୍କର ୭ ଜଣ ଶିଶ୍ୟ ମଧ୍ୟ ଶ୍ରୀଜିମାନଙ୍କୁ ଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ରଥ ଉପରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତ ଓ ମୁଖ୍ୟ ପ୍ରଶାସକ ଶଙ୍କରାଚାର‌୍ୟ୍ୟଙ୍କୁ ନିମନ୍ତ୍ରଣ ଦେଇଥିଲେ ।
ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ ସୁଭଦ୍ରା ମଧ୍ୟ ବଡ଼ଭାଇଙ୍କ ପରି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ । ଶେଷରେ କାଳିଆ ଠାକୁରଙ୍କୁ ସେବାୟତମାନେ ପହଣ୍ଡିରେ ଝୁଲାଇ ଝୁଲାଇ ନନ୍ଦିଘୋଷ ଉପରକୁ ଆଣିଥିଲେ ।

Share

Leave a Reply

Your email address will not be published. Required fields are marked *

11 + 14 =