ହାଇସ୍କୁଲ ବୁଲି ସଚେତନ କରାଇଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର() କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଖେଳିଯାଇଛି ଭୟର ବାତାବରଣ । ତେବେ ଓଡିଶାରେ କରୋନାକୁ ସେଭଳି କୌଣସି ମାମଲା ଏପର୍ୟ୍ୟନ୍ତ ସାମ୍ନାକୁ ଆସିନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି ।

କରୋନା ସମ୍ପର୍କରେ ସଚେତନ କରିବାକୁ ମନ୍ତ୍ରୀ ବୁଲିଲେ ସ୍କୁଲ । ଛାତ୍ରଛାତ୍ରୀଙ୍କୁ ବାଂଟିଲେ ପେପର ସୋପ୍ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ଷ୍ଟ୍ରିପ୍ ବାଂଟିଛନ୍ତି । ତେବେ ଏନଜିଓ ଆଫୋର୍ଡ ସହାୟତାରେ ଏହା ବଂଟନ କରାଯାଇଛି । ପ୍ରଥମ କରି ଏହି ପେପର ସୋପ୍ ଷ୍ଟ୍ରିପ୍ କୁ କ୍ୟାପିଟାଲ ହସ୍ପିଟାଲରେ ବଂଟନ କରାଯାଇଛି । ଆଗକୁ ରାଜ୍ୟର ଅନ୍ୟ ସ୍କୁଲରେ ଏହାକୁ ବଂଟନ କରାଯିବ । ସ୍ୱଚ୍ଛତା ଅବଲଂବନ କଲେ କରୋନାକୁ ଅଧିକ ମୁକାବିଲା କରାଯାଇପାରିବ । ସେଥିପାଇଁ ବିଦ୍ୟାଳୟ ସ୍ତରରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଅଧିକ ସଚେତନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର ।

ସୂଚନାଯୋଗ୍ୟ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୬୨କୁ ବୃଦ୍ଧି ହୋଇଛି । ବୁଧବାର କେରଳରେ ୮ ଜଣ ସନ୍ଦିଗ୍ଧଙ୍କ ପଜିଟିଭ୍ ରିପୋର୍ଟ ଆସିଛି । ଗୁରୁବାର ଜଣେ ମହିଳାଙ୍କ ରିପୋର୍ଟ ବି ପଜିଟିଭ୍ ଆସିଛି । ସେପଟେ ବିହାରରେ ଆଉ ୪ ଜଣ ସନ୍ଦୀଗ୍ଧଙ୍କ ନମୂନା ପରୀକ୍ଷାଗାରକୁ ପଠା ଯାଇଛି । ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ମହାରାଷ୍ଟ୍ରରେ ୧୧ , ଦିଲ୍ଲୀ ଓ ରାଜସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୟପୁରରେ ୧୮ ଜଣ ଆକ୍ରାନ୍ତ ଓ ଲଦାଖରେ ୨ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ

Share

Leave a Reply

Your email address will not be published. Required fields are marked *

nineteen − ten =