ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ କେନ୍ଦ୍ର ଅଧୀକ୍ଷକ ଦାୟୀ : ମନ୍ତ୍ରୀ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ଏହାକୁ ନେଇ ପ୍ରତିକ୍ରିୟା ରଖି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପରୀକ୍ଷାକେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ ସମ୍ପୃକ୍ତ କେନ୍ଦ୍ରର ଅଧୀକ୍ଷକ ଦାୟୀ ହେବେ ବୋଲି ସେ କହିଛନ୍ତି।

ସେହିଭଳି ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆସିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ତତ୍ପରତା ଦେଖାଇଛି। ଅବଶିଷ୍ଟ ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ବୋର୍ଡ ଅଣ୍ଟା ଭିଡ଼ିଛି। ସବୁ କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୋର୍ଡ ଆଲୋଚନା କରିଛି।

Share

Leave a Reply

Your email address will not be published. Required fields are marked *

seventeen + 15 =