+୨ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର()  ଚଳିତ ବର୍ଷର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି । ଚଳିତ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ଫେଲ କଟକଣା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପ୍ରଥମ ବର୍ଷର ପରୀକ୍ଷା ପାସ କରିବାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଏହି ନିଷ୍ପତିକୁ କଡ଼ା ବିରୋଧ ମଧ୍ୟ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି +୨ ପ୍ରଥମ ବର୍ଷ ପାସ୍ଫେଲ କଟକଣା ଲାଗୁ ନ କରିବାକୁ ନିଷ୍ପତି ହୋଇଛି । ଶିକ୍ଷାର ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯିବ । ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନଂମ୍ୱର ରଖିବାକୁ ବାଧ୍ୟତାମୂଳକ ଏହି ବର୍ଷ ଲାଗୁ ହେବ ନାହିଁ । ଏହା ସହ ଦ୍ୱିତୀୟ ବର୍ଷ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବ ନାହିଁ । ଏହି ନିୟମ ସବୁ ଆସନ୍ତା ବର୍ଷରୁ ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × four =