କମିଲା ୩୦ % ସିଲାବସ

ଭୁବନେଶ୍ୱର() ରାଜ୍ୟରେ ଭୟଙ୍କର କରୋନା ସ୍ଥିତିରେ ପାଠପଢା ଗୁରୁତର ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିଲାବସ କମାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ୩୦ ପ୍ରତିଶତ ସିଲାବସକୁ କମାଇ ଦିଆଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ କମାଇ ଦିଆଯାଇଛି । କରୋନା ପାଇଁ ଚଳିତ ବର୍ଷ ୩୦ % ସିଲାବସ ହ୍ରାସ ନେଇ ଘୋଷଣା କରାଯାଇଛି । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୩ଟି କମିଟିର ସୁପାରିଶ ଆଧାରରେ ସିଲାବସ କମାଯାଇଛି । ନୂଆ ସିଲାବସ ବୋର୍ଡ, ସିଏଚଏସଇ ଓ ଏସସିଇଆରଟି ୱେବସାଇଟରେ ଉପଲବ୍ଧ ହେବ ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

five − 3 =