ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖେଲିବା ନେଇ ନିଷ୍ପତ୍ତି ହେବ

ଭୁବନେଶ୍ୱର() ସିବିଏସଇ ନବମରୁ ଦଶମ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ଯେ, ସିବିଏସଇର ନିଷ୍ପତ୍ତି ଉପରେ ବିଚାର କରାଯିବ । ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖେଲିବା ନେଇ ନିଷ୍ପତ୍ତି ହେବ । ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ହେବ । ଖାଲି ୩୦ ପ୍ରତିଶତ ନୁହେଁ ତା ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ । ସ୍କୁଲ ଖୋଲି ନାହିଁ । ତେଣୁ ଏବାବଦରେ କହିବା ଠିକ ହେବନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ପ୍ରକାଶ ଯେ, କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − 7 =