୨୦ରୁ କମ ଥିବା ଛାତ୍ରଛାତ୍ରୀ ସ୍କୁଲ ବନ୍ଦ ହେବନି

ଭୁବନେଶ୍ୱର() ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ସେମାବାରଠାରୁ ଜୁଲାଇ ୧୫ ଯାଏ ସ୍କୁଲରେ ନାମ ଲେଖା ହେବ । ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷଠୁ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ ନେଇ ଯୋଜନା ହୋଇଥିଲା । କିନ୍ତୁ ମହାମାରୀ କରୋନା ପାଇଁ ସବୁ ସ୍କୁଲରେ ନାମ ଲେଖା ହେବ । ଏହାସହ ସଟଡାଉନ ହୋଇଥିବା ଜିଲ୍ଳାରେ ମାଟ୍ରିକ ଖାତା ଦେଖା ହେବନାହିଁ ।ଗତକାଲି ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ପାଇଁ ସବୁ ଡ଼ିଇଓ ଓ ବିଇଓଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

16 − twelve =