ଲକ ଡାଉନ ଉଠିବାର ୭ ଦିନ ଭିତରେ +୨ ପରୀକ୍ଷା

ଭୁବନେଶ୍ୱର() ଲକ ଡାଉନ ଉଠିବାର ୭ ଦିନ ଭିତରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭାଗୀୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିକି, ଏନେଇ ବୋର୍ଡ ତରଫରୁ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ପରୀକ୍ଷା ତାରିଖ ଘୋଷଣା କରାଯିବ । ଏଥିପାଇଁ ଛାତ୍ର ଛାତ୍ରୀଙ୍କୁ ଅତି କମରେ ୭ ଦିନ ପୂର୍ବରୁ ସୂଚନା ଦେଇ ଦିଆଯିବ । କହି ରଖିବା ଉଚିତ ହେବ ଯେ, କରୋନା ମୁକାବିଲା ନେଇ ରାଜ୍ୟବ୍ୟାପୀ ତାଳବନ୍ଦ ଘୋଷଣା ହୋଇଥିବାରୁ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ।

ରଖାଯାଇଥିଲା । ପରୀକ୍ଷା ଅଧିକ ବିଳମ୍ବ ହେଲେ ଭବିଷ୍ୟତରେ ନାମ ଲେଖାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ବ୍ୟତିବ୍ୟସ୍ତ ନହେବା ପାଇଁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two − one =