ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର() ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ, ‘ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ଅଛି । ୧୪ ହଜାର ନୁହେଁ ବରଂ ୭,୭୭୨ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଛି । ଛାତ୍ରଛାତ୍ରୀ ଯେପରି ଡ୍ରପ ଆଉଟ ନହୁଅନ୍ତୁ, ସେପରି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କର ନାହିଁ ।’

Share

Leave a Reply

Your email address will not be published. Required fields are marked *