ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି: ମନ୍ତ୍ରୀ

ଭୁବନେଶ୍ବର()  ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଦିଷ୍ଟଭାବେ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି । ତେବେ ଚଳିତମାସ କୋଭିଡ୍ ଗାଇଡଲାଇନ୍ ଆସିଲେ ଏନେଇ କିଛି ସ୍ପଷ୍ଟ ହେବ । ସ୍କୁଲ ଖୋଲିବା ନେଇ ସିଏମ୍ଓ ଠିକ୍ ସମୟରେ ସୂଚନା ଦେବେ, ତେବେ ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ କାର୍ୟ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ୟ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସ୍କୁଲ ଖୋଲିବା ନେଇ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା କରାଯାଇଛି । ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ ।

Share

Leave a Reply

Your email address will not be published. Required fields are marked *

three + two =