ଜୁଡିସିଆଲ କମ୍ପେ୍ଲକ୍ସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର() ରାଜ୍ୟରେ କରୋନା ମୁବାକିଲା ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ । ଏନଏଚଏମ ନିର୍ଦ୍ଦେଶିକା ଶାଳିନର ପଣ୍ଡିତ କହିଛନ୍ତି ଯେ, ‘କୋଭିଡ ଯୁଦ୍ଧରେ ଓଡିଶା ଭଳ ସ୍ଥିତିରେ ଅଛି । ରାଜ୍ୟରେ ମୃତ୍ୟୁ ହାର ଜାତୀୟ ହାରଠାରୁ କମ୍ ରହିଛି । ପ୍ରତିଦିନ ହାରାହାରି ୫୦ ହଜାର ନମୁନା ପରୀକ୍ଷା କରାଯାଉଛି । ଘରେ ପୃଥକବାସରେ ଅଛନ୍ତି ରାଜ୍ୟର ୭୦% କରୋନା ଆକ୍ରାନ୍ତ । ଘରେ ଥାଇ ମଧ୍ୟ ଅଧିକାଂଶ ରୋଗୀ ସୁସ୍ଥ ହେଉଛନ୍ତି ।

ଅନ୍ୟପଟେ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ଜୁଡିସିଆଲ କମ୍ପେ୍ଲକ୍ସ କଣ୍ଟେନମେଣ୍ଟ ଜୋନରେ ଘୋଷଣା କରାଯାଇଛି । ୧୯ ର ୨୫ ସେପ୍ଟେମ୍ବର ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅବରୋଧ ଅଞ୍ଚଳରୁ ଉପଜିଲ୍ଲାପାଳ ଓ ତହସିଲଦାର ଅଫିସ ବାଦ୍ ପଡିବ । ସବରେଜିଷ୍ଟାର ଅଫିସ କଣ୍ଟେନମେଣ୍ଟ ଜୋନରୁ ବାଦ୍ ପଡିବ । କଣ୍ଟେନମେଣ୍ଟ ଜୋନରେ ଯାତାୟତ ଉପରେ କଟକଣା ଲାଗିବ ।

Share

Leave a Reply

Your email address will not be published. Required fields are marked *

nineteen + six =