ସାଇ ମନ୍ଦିର ଗୁଡ଼ିକ ଆସୁଥିବା ଦର୍ଶନାର୍ଥୀମାନଙ୍କ ନିମନ୍ତେ ମନ୍ଦିରର ପୃଷ୍ଠପୋଷକମାନଙ୍କର ଭୂମିକା କ’ଣ?

ଭୁବନେଶ୍ୱର: ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କର ସମସ୍ତ ପ୍ରକାର ସୁବିଧା ପ୍ରତି ପୃଷ୍ଠପୋଷକମାନେ ଯତ୍ନଶୀଳ ହେବା ଆବଶ୍ୟକ । ବାବାଙ୍କ ଦର୍ଶନ କରି ସେମାନେ ଯେଭଳି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୁଅନ୍ତି ସେଥିପ୍ରତି ସେମାନେ ସଜାଗ ହେବା ଉଚିତ୍ । ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ତାହାର ସଠିକ୍ ପରିଚାଳନା । ବିଶେଷ ଗୁରୁତ୍ୱପୂର୍ଣ୍ଣ, ଏଥିପାଇଁ ଯୋଜନାଦ୍ଧ ଶ୍ରମର ଆବଶ୍ୟକ ରହିଛି । ପୃଷ୍ଠପୋଷକମାନେ ସମଭାବାପନ୍ନ ହୋଇ ଏଦିଗରେ କାମ କଲେ ଭଲ ହେବ । ଭକ୍ତମାନଙ୍କ ପାଇଁ ମନ୍ଦିର ନିର୍ମିତ ହୋଇଅଛି । ତେଣୁ ସେମାନଙ୍କ ପ୍ରତି ଭଦ୍ର ଆଚରଣ ଦେଖାଇବା, ନିରପେକ୍ଷ ଓ ସମ୍ବେଦନଶୀଳ ହୋଇ ସେମାନଙ୍କ ଅଭିଯୋଗଗୁଡିକୁ ଶୁଣିବା ଦରକାର । ନିଜର ଘର ଲୋକମାନଙ୍କୁ ବା ସମ୍ପର୍କୀୟମାନଙ୍କୁ ମନ୍ଦିରରେ ଅଗ୍ରାଧିକାର ଦେବା ଆଦୌ ସ୍ପୃହଣୀୟ ନୁହେଁ ।

Share

Leave a Reply

Your email address will not be published. Required fields are marked *

thirteen − one =