କାଲି ଠାରୁ ବନ୍ଦ ହେବ ଶିରିଡିର ସାଇବାବା ମନ୍ଦିର

ଶିରିଡି() ଆସନ୍ତାକାଲିଠୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଲା ସାଇବାବା ସଂସ୍ଥାନ ଟ୍ରଷ୍ଟ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଦ୍ଧ କରି ସାଇବାବା ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତି । ଏନେଇ ସୂଚନା ଦେଲେ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟ ବି ୱାକାଚୁରେ ।

ଗତ କାଲି ସାଇବାବାଙ୍କ ଜନ୍ମସ୍ଥାନ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଉଦ୍ଧବ, ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନ ନୂହେଁ ପର୍ଭାନୀର ପଥରୀ ହିଁ ସାଇବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ।

Share

Leave a Reply

Your email address will not be published. Required fields are marked *

nine − 4 =