୩୦ରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥି ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଥିବା ପ୍ରତାପ ଦେବ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂ ଦେଓ, ବିଭୁତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପିପିଲି ଉପ-ନିର୍ବାଚନ ପାଇଁ ପ୍ରତି ପଞ୍ଚାୟତରେ ବିଜେଡି ଗଠନ କରିଛି ସ୍ୱତନ୍ତ୍ର କମିଟି । ଯେଉଁଥିରେ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।

Share

Leave a Reply

Your email address will not be published. Required fields are marked *

15 + 15 =