ଆରଟିଓ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷିତ

ଭୁବନେଶ୍ୱର() ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ ) କୋଭିଡ-19 କାର୍ଯ୍ୟରେ ନିୟୋଜିତ ଗାଡି କର୍ମଚାରୀ ଓ ଆରଟିଓ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଗାଡି କର୍ମଚାରୀ ଓ ଆରଟିଓ ଅଧିକାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷିତ ହୋଇଛି । ଏହାବାଦ କୋଭିଡ-19 ଡ୍ୟୁଟିରେ ନିୟୋଜିତ ଥିବା ଘରୋଇ ଡାକ୍ତରଖାନା କର୍ମଚାରୀ, ଅବସରପ୍ରାପ୍ତ ସ୍ୱେଚ୍ଛାସେବି, ପୌର କର୍ମଚାରୀ, ଠିକା, ଚୁକ୍ତିଭିତ୍ତିକ, ଆଢହକ ତଥା ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଜୀବନ ବୀମା କରାଇବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଜଣାଯାଇଛି ।

ଉପରୋକ୍ତ କର୍ମଚାରୀ ମାନେ ଯଦି ଦାୟିତ୍ୱରେ ଥାଇ ମୃତ୍ୟୁବରଣ କରନ୍ତି, ତେବେ ସେମାନଙ୍କ ପରିବାକୁ ରାଜ୍ୟ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇ ଦିଆଯିବ । ବାହାର ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ପାଇଁ ସୀମାର ଚେକ ପଏଣ୍ଟ, ରିକ୍ୟୁଜେସନ ହୋଇଥିବା ଗାଡି, ରେଳ ଷ୍ଟେସନରେ ନିୟୋଜିତ ଠିକା କର୍ମଚାରୀମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବାକୁ ରାଜ୍ୟର ସମସ୍ତ ଆରଟିଓ, ଏଆରଟିଓ, ଡେପୁଟି କମିଶନରଙ୍କୁ ଏସଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 3 =