ଥଇଥାନ ହେବେ ଏଜେଣ୍ଟ

ଭୁବନେଶ୍ୱର()  ଆରଟିଓରେ ଏଜେଂଟ ବା ମଧ୍ୟସ୍ଥି କାମ କରିବା ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ ।ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆରଟିଓ ଅଫିସରେ ବିଭିନ୍ନ ଏଜେଣ୍ଟ ପ୍ରବଶେ ଉପରେ କଟକଣା ଲାଗିବନି । କୋର୍ଟ କହିଛନ୍ତି ଏଥିରେ ମଧ୍ୟସ୍ଥି ମାନଙ୍କର ଜୀବିକା ଜଡିତ ରହିଥିବାରୁ ଏହାକୁ ବିଚାର କରାଯିବା ଆବଶ୍ୟକ । ଆରଟିଓ ଅଫିସରୁ ଏଜେଂଟ ବ୍ୟବସ୍ଥା ଉଛେଦ ନେଇ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ ।

ନୂଆ ମୋଟର ଯାନ ଆସିବା ପରେ ଆରଟିଓ ଅଫିସରେ ଏଜେଣ୍ଟ୍ ସଂଖ୍ୟା ବୃଦ୍ଧି ପାଇଥିଲା । ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ଲାଇସେନ୍ସ କରାଉଥିବା ଅଭିଯୋଗରେ ଆରଟିଓ ଅଫିସରେ ଏଜେଣ୍ଟ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ସରକାର ।

Share

Leave a Reply

Your email address will not be published. Required fields are marked *

4 × four =