ଗଛରେ ପିଟି ହେଲା ବରଯାତ୍ରୀ ଗାଡି ଘଟଣା ସ୍ଥଳରେ ୩ ମୃତ

ଖୁସି ମୁହୂର୍ତ୍ତରେ ମାଡି ଆସିଲା ଦୁଃଖର କଳା ବାଦଲ । ଦେଖୁ ଦେଖୁ ନିମିଷକ ଭିତରେ ସବୁ କିଛି ହୋଇଗଲା ଛାରଖାର୍ । ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୩ ମୃତ। କୋଟଗଡ଼ ଥାନା କୁଟିବାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।
ସୂଚନା ଅନୁସାରେ, ମୋଦାଙ୍ଗିକୁ ଭୋଜି ଖାଇବାକୁ ଆସୁଥିବାବେଳେ ଗଛରେ ପିଟି ହେଲା ପିକଅପ ଭ୍ୟାନ୍। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ କୋଟଗଡ଼ ପୋଲିସର ତଦନ୍ତ ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

3 × 2 =