ମଧ୍ୟାହ୍ନ ଭୋଜନ ଖାଇଲେ, ଆହାର କେନ୍ଦ୍ରର ମାନ ପରିଖିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର () ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ୍‌, ବାଙ୍କୀ ତହସିଲ୍‌, ମୁଣ୍ଡୁ ମୁହାଣ ନୋଡାଲ୍‌ ସ୍କୁଲ ଓ ବାଙ୍କୀସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜସ୍ବ ମନ୍ତ୍ରୀ କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ତହସିଲ୍‌ ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ ।

ବସୁନ୍ଧରା ଅନ୍ତର୍ଗତ ଘରଡିହ ପଟ୍ଟା ଆବଣ୍ଟନ, ମ୍ୟୁଟେସନ କେସ ଫଇସଲା, ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା, ସରକାରୀ ଜମି ସୁରକ୍ଷା ଆଦି କାର୍ଯ୍ୟର ୫ ‘ଟି’ ଆଧାରରେ ସଂପାଦନ ଉପରେ ମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ମନ୍ତ୍ରୀ ନିଷ୍ଠା ଓ ସ୍ବଚ୍ଛତାର ସହ କାର୍ଯ୍ୟ କାରିବା ସହିତ ସମୟାନୁବର୍ତ୍ତୀ ସେବା ପ୍ରଦାନପୂର୍ବକ ଓଡ଼ିଶା ଲୋକସେବା ଅଧିକାର ଆଇନ ତଥା ୫ ‘ଟି’ ମନ୍ତ୍ରର ସଠିକ ପ୍ରଣୟନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି ସେ ମୁଣ୍ଡା ମୁହାଣ ନୋଡାଲ ସ୍କୁଲକୁ ଅଚାନକ ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ମାନ ଉପରେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଜନର ଗୁଣବତ୍ତା ପରୀକ୍ଷା କରିବା ପାଇଁ ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇଥିଲେ । ପରେ ପରେ ବାଙ୍କୀର ଆହାର କେନ୍ଦ୍ରକୁ ମନ୍ତ୍ରୀ ଅଚାନକ ପରିଦର୍ଶନରେ ଯାଇ ସେଠାରେ ଖାଦ୍ୟ ଖାଇବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ । ସେଠାରେ ଖାଦ୍ୟ ଗ୍ରହଣ କରୁଥିବା ଲୋକମାନଙ୍କର ମତ ମଧ୍ୟ ଲୋଡ଼ିଥିଲେ । ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ଆହାର କେନ୍ଦ୍ରରେ ଏକ ସୁସ୍ଥ ପରିବେଶ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =