ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେବେ: ବୋର୍ଡ

ଭୁବନେଶ୍ୱର: ମୂଲ୍ୟାୟନକୁ ନେଇ ବସିଥିବା ବୋର୍ଡ ମିଟିଙ୍ଗରେ କୁହାଯାଇଛି କି ଅସନ୍ତୁଷ୍ଟ ପିଲାମାନେ ପୁଣିଥରେ ପରୀକ୍ଷା ଦେବେ । ୪ ବର୍ଷର ପ୍ରଦର୍ଶନକୁ ଦେଖି ମାର୍କ ଦିଆଯାଇଛି । ମୂଲ୍ୟାୟନରେ କୌଣସି ତୃଟି ରହିନାହିଁ । ଅଫଲାଇନରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଜୁଲାଇ ୫ ପୂର୍ବରୁ ଫର୍ମଫିଲପ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ଫର୍ମ ଫିଲପ ଲାଗି ୧୦ଦିନ ସମୟ ଦିଆଯିବ । ପରୀକ୍ଷା ପରେ ଛାତ୍ର ଛାତ୍ରୀମାନେ ଯେଉଁମାର୍କ ରଖିବେ ତାହା ଫାଇନାଲ ହେବ ।

ନିକଟରେ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ଛାତ୍ରଛାତ୍ରୀମାନେ ସ୍କୁଲ ସାମନାରେ ଧାରଣା ଦେବା ସହ ହୋହାଲ୍ଲା କରୁଥିବା ଦେଖିବାକୁ ମିଳୁଛି । ଆଭ୍ୟନ୍ତରିଣରୁ ଉପାନ୍ତ ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ଅଶାନ୍ତି । ମେଧାବୀ ଛାତ୍ର ଛାତ୍ରୀମାନେ ଅଭିଯୋଗ କରୁଛନ୍ତି କି ସେମାନେ ଆହୁରି ଅଧିକ ମାର୍କ ପାଇଥାନ୍ତେ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱର ବ୍ରହ୍ମେଶ୍ୱର ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

five × one =