ମମତା ଓ ବିଦ୍ୟା ଭାରତୀଙ୍କ ସମ୍ପର୍କକୁ ନେଇ ସତ ଓଗାଳିଲେ ମମତାଙ୍କ ଶ୍ୱଶୁର

ବାଲେଶ୍ୱର: ମମତାଙ୍କୁ ପୂର୍ବରୁ ଜାଣି ନ ଥିବା ବେଳେ କେବଳ ସେ କପ୍ତିପଦାର ବୋହୂ ବୋଲି ସାହାଯ୍ୟ ମାଗିଥିବା ଗଣମାଧ୍ୟମ ସମ୍ମୁଖରେ ସଫେଇ ଦେଇଆସୁଛନ୍ତି ବିଦ୍ୟାଭାରତୀଙ୍କ ବାପା। ହେଲେ ଉଭୟ ପରସ୍ପରକୁ ପୂର୍ବରୁ ଭଲ ଭାବେ ଜାଣିଥିବା କହିଛନ୍ତି ମମତାଙ୍କ ଶ୍ୱଶୁର ।

ଏନେଇ ସେ କହିଛନ୍ତି, ବିଦ୍ୟାଭାରତୀଙ୍କ ମାମୁଁ ଘର ଏବଂ ମମତା ପଣ୍ଡାଙ୍କ ଘର ଗୋଟିଏ ଗାଁରେ ଓ ପାଖାପାଖି ଅବସ୍ଥିତ । ପୂର୍ବରୁ ବିଦ୍ୟାଭାରତୀଙ୍କ ପରିବାର ସହିତ ମମତା ପଣ୍ଡାଙ୍କ ଶ୍ୱଶୁର ଘର ଲୋକଙ୍କ ସଂପର୍କ ଭଲ ରହିଥିଲା । ହେଲେ ତାହା ଆଉ ପୂର୍ବ ଭଳି ନାହିଁ । ତେବେ ବିଦ୍ୟାଭାରତୀ ତାଙ୍କ ମାମୁଁ ଘର କପ୍ତିପଦାକୁ ଯାଇଥିବା ବେଳେ ସେଠାରେ ମମତାଙ୍କ ସହିତ ତାଙ୍କର ଦେଖା ହୋଇ ସଂପର୍କ ହୋଇଥିଲା । ଏପରିକି ଅନେକ ସମୟରେ ଉଭୟ କଥାବାର୍ତ୍ତା ହୁଅନ୍ତି ।

ତେବେ ସବୁଠାରୁ ବଡ଼ ହେଉଛି କି, ବିଦ୍ୟାଭାରତୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି କି, ସେମାନେ ମମତାଙ୍କୁ ଜାଣି ନାହାଁନ୍ତି । କିନ୍ତୁ ଏପରେ ମମତାଙ୍କ ଶ୍ୱଶୁର କହୁଛନ୍ତି କି, ବାପଘର ଲୋକଙ୍କ ମମତାଙ୍କ ଶ୍ୱାୁରଘର ସହ ଭଲ ସମ୍ପର୍କ ଥିଲା । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି ଘଟଣାରେ କାହାର ସମ୍ପୃକ୍ତି ରହିଛି । କଣ ସତ ତାହା ଏଯାବତ ରହସ୍ୟ ହୋଇ ରହିଛି ।

Share

Leave a Reply

Your email address will not be published. Required fields are marked *

14 + fifteen =