ରେଡ଼ ଜୋନରେ ଗଞ୍ଜାମ ଜିଲ୍ଲା

ଗଞ୍ଜାମ() ଗଞ୍ଜାମ ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରିଛନ୍ତି ସରକାର । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସରକାର ଏହୀପରି ନିଷ୍ପତ୍ତି ନେଇଛନ୍ତି । ଆଜି ଦିନକରେ ଗଞ୍ଜାମ ଜିଲ୍ଲାରେ ୧୭ଜଣ ପଜିଟିଭ୍ ବାହାରିଛନ୍ତି । ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରାଯାଇଛି । ମୟୁରଭଞ୍ଜରେ ପ୍ରଥମଥର ଆଜି ୩ଜଣ ପଜିଟିଭ୍ ବାହାରିଛନ୍ତି । ଗତକାଲି ଜଗତସିଂହପୁରରେ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଭୁବନେଶ୍ୱର ସହ ୪ଜିଲ୍ଲା ରେଡ଼୍ ଜୋନରେ । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେଡ଼ ଜୋନରେ ରହିଛି । ଏହାସହ ୧୨ଟି ଜିଲ୍ଲା ଅରେଞ୍ଜ ଜୋନରେ ଥିବା ବେଳେ ଅବଶିଷ୍ଟ ଜିଲ୍ଲା ଗ୍ରୀନ ଜୋନରେ ରହିଛି ।

Share

Leave a Reply

Your email address will not be published. Required fields are marked *

nineteen − eleven =