୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଅଧିା ଓଡ଼ିଶା ଏବେ ଜଳମଗ୍ନ ହୋଇଛି । ସେପଟେ ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଗଞ୍ଜାମ ଓ ଗଜପତି ।

ସେହିପରି ୭ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଯଥାସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ବାହାରେ ପାଗ ଅନ୍ଧାରିଆ ରହିଥିବା ଯେୋଗୁଁ ରାସ୍ତା ଦେଖାଯିବ ନାହିଁ। ଏହି ଜିଲ୍ଲା ଗୁଡିକର ତଳିଆ ଅଂଚଳରେ ପାଣିଜମିବା ସହ ଚାଷ ଜମିଗୁଡିକ ଜଳମଗ୍ନ ହେବାର ଆଶଙ୍କା ରହିଛି । ଯେବେକି ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଯାଜପୁର ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜରି କରାଯାଇଛି । ପାଖାପାଖି ୧୨ ରୁ ୨୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ୨ ଦିନ ପର୍ୟନ୍ତ ଏହାର ପ୍ରଭାବ ରହିବା ସହ ୧୪ ତାରିଖ ପର୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ପୁରୀରେ ସର୍ବାଧିକ ୩୪୧ ମିିମି ବର୍ଷା ରେକର୍ଡ କରାଯାଇଛି।

Share

Leave a Reply

Your email address will not be published. Required fields are marked *

sixteen + 13 =