୨୪ ଘଣ୍ଟାରେ ୬୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୬୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାକୁ ଅତିକ୍ରମ କରିଛି କଟକ । ଆଜି କଟକରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ କିଛିଦିନ ହେବ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ତେବେ ଆଜି କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୧୬ଜଣ, ବାଲେଶ୍ୱରରୁ ୧୯୫ ଜଣ, ବରଗଡ଼ରୁ ୧୬୪ ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରରୁ ୮୩ ଜଣ, ବୌଦ୍ଧରୁ ୧୧୨ଜଣ, କଟକରୁ ୬୪୦ଜଣ, ଦେବଗଡ଼ରୁ ୨୯ ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ ଜଣ, ଗଞ୍ଜାମରୁ ୯୩ ଜଣ, ଜଗତସିଂହପୁରରୁ ୨୧୮ ଜଣ, ଯାଜପୁରରୁ ୫୬୩ ଜଣ, ଝାରସୁଗୁଡ଼ାରୁ ୮୬ ଜଣ, କଳାହାଣ୍ଡିରୁ ୮୦ ଜଣ, କନ୍ଧମାଳରୁ ୧୪୩ ଜଣ, କେନ୍ଦ୍ରାପଡ଼ାରୁ ୨୧୭ଜଣ, କେଉଁଝରରୁ ୧୫୫ଜଣ, ଖୋର୍ଦ୍ଧାରୁ ୪୯୫ ଜଣ, କୋରାପୁଟରୁ ୧୮୦ ଜଣ, ମାଲକାନଗିରିରୁ ୧୦୭ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୬୬ ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୧୦୮ ଜଣ, ସମ୍ୱଲପୁରରୁ ୧୦୩ଜଣ, ସୋନପୁରରୁ ୫୨, ସୁନ୍ଦରଗଡ଼ରୁ ୨୭୨ ଓ ଷ୍ଟେଟ ପୁଲରୁ ୧୦୩କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୮,୧୯,୨୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୩୯,୩୭୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୬, ୭୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

three × 3 =