5T ସଚିବଙ୍କ ରିୟଲିଟି ଚେକ, ଦୁଇ ଦିନରେ 6 ଜିଲ୍ଲାକୁ ଅଚାନକ ଗସ୍ତ

ଭୁବନେଶ୍ବର () ମୋ ସରକାର କାର୍ଯ୍ୟକାରିତା ସମ୍ପର୍କରେ ତୃଣମୂଳ ସ୍ତରରେ ଅନୁଧ୍ୟାନ ପାଇଁ ଆଜି ରାୟଗଡା, କଳାହାଣ୍ଡି ଓ ନୂଆପଡାର ବିଭିନ୍ନ ସରାକାରୀ ଅନୁଷ୍ଠାନକୁ ଗସ୍ତ କରିଛନ୍ତି 5-ଟି ସଚିବ ଭି.କେ. ପାଣ୍ଡିଆନ । ଆଜି ତାଙ୍କ ସହ ଅଚାନକ ଗସ୍ତରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ପୂର୍ବାହ୍ନରେ ସେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ସେ ପ୍ରଥମେ ରୋଗୀମାନଙ୍କ ସହ ସ୍ବାସ୍ଥ୍ୟସେବା ସମ୍ପର୍କର ପଚାରି ବୁଝିଥିଲେ । ସ୍ବାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ସେ ଜିଲ୍ଲା ଅଧିକାରୀ ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଡାକ୍ତରଖାନାର ଭିତ୍ତିଭୂମୀ ସମ୍ପର୍କରେ ମଧ୍ୟ ସେ ଜିଲ୍ଲାପାଳ ମଧୁସ୍ମିତା ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆଲୋଚନା କରିଛନ୍ତି ।

ପରେ ସେ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ ଓ ଭବାନିପାଟଣା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଦଲାଲମୁକ୍ତ ଅଭିଯାନର ଯାଞ୍ଚ କରିଥଲେ । 5-ଟି ସଚିବ ଓ ଅନ୍ୟମାନେ ଭବାନୀପାଟଣାରେ ପହଞ୍ଚିବା ପରେ ସିଧାସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ବ୍ଲଡବ୍ୟାଙ୍କ୍‍, ଡାଏଲେସିସ୍‍, ସିଟି ସ୍କାନ୍‍ ଓ ନିଦାନ କେନ୍ଦ୍ର ପ୍ରଭୃତି ବୁଲି ଦେଖିଥିଲେ । ଏହାପରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ଶିଶୁରୋଗ ଓ ପ୍ରସୂତୀ ଗୃହ ଆଦି ଦେଖିଥିଲେ । ଏହାପରେ ୱାର୍ଡକୁ ଯାଇ ରୋଗୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ । ଆଲୋଚନା ସମୟରେ ମାଗଣା ଔଷଧ, ମାଗଣା ପରୀକ୍ଷା, ଲାଞ୍ଚ ଓ ଦଲାଲି ଆଦି ସଂକ୍ରାନ୍ତରେ ଗୋଟି ଗୋଟି କରି ପଚାରି ବୁଝିଥିଲେ ।

ଏହାପରେ ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ବୈଠକରେ ଜିଲ୍ଲାର ସ୍ବାସ୍ଥ୍ୟସେବା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବନଲତା ଦେବୀ, ଜିଲ୍ଲାପାଳ ପରାଗ ହର୍ଷଦ ଗାଭଲି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୋ ସରକାର ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି । ତେଣୁ ଡାକ୍ତରଖାନା ଗୁଡିକରେ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ସହିତ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ସେ କହିଥିଲେ ।

ଅପରାହ୍ନର ସେ ଆଉ ଏକ ଆଦିବାସୀ ଅଧ୍ୟୁଷିତ ରାୟଗଡା ଗସ୍ତ କରିଥିଲେ । ସେଠାରେ ମଧ୍ୟ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୋ ସରକାର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ । ଗତକାଲି ସେ ମାଲକାନଗିରି, ନବରଙ୍ଗପୁର, ଜୟପୁର ଓ କୋରାପୁଟ ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକାରିତାର ଅନୁଧ୍ୟାନ କରିଥିଲେ ।

ଅପରାହ୍ନର ସେ ଆଉ ଏକ ଆଦିବାସୀ ଅଧ୍ୟୁଷିତ ରାୟଗଡା ଗସ୍ତ କରିଥିଲେ । ସେଠାରେ ମଧ୍ୟ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୋ ସରକାର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ । ଗତକାଲି ସେ ମାଲକାନଗିରି, ନବରଙ୍ଗପୁର, ଜୟପୁର ଓ କୋରାପୁଟ ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକାରିତାର ଅନୁଧ୍ୟାନ କରିଥିଲେ ।

 

Share

Leave a Reply

Your email address will not be published. Required fields are marked *

2 × 2 =