ଦେଖନ୍ତୁ ରଥଯାତ୍ରାର ସିଧାପ୍ରସାରଣ…

ପୁରୀ() ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁପି୍ରମକୋର୍ଟଙ୍କ ଗାଇଡଲାଇନ ଏବଂ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନର ନୀତି ନିର୍ଘ ଅନୁଯାୟୀ ଯଥାବିଧି ଆରମ୍ଭ ହୋଇଛି । ପୁରୀରୁ ଏହି ରଥଯାତ୍ରାର ସିଧା ପ୍ରସାରଣ ଡିଡି ଓଡିଆରେ ଚାଲିଛି । ଏହା ଦେଖନ୍ତୁ ଏହି ଲିଙ୍କ ମାଧ୍ୟମରେ ।

ମନ୍ଦିର ପ୍ରଶାସନର ନୀତି ନିର୍ଦ୍ଧାରଣ ଅନୁଯାୟୀ ଆଜି ସକାଳ ଠିକ ୭ଟାରେ ପ୍ରହାପ୍ରଭୁଙ୍କର ପହଁଣ୍ଡିବିଜେ ଆରମ୍ଭ ହୋଇଥିଲା । ମହାପ୍ରଭୁ ୧୦ ପୁର୍ବରୁ ୩ରଥରେ ରଥାରୁଢ ହୋଇଥିଲେ । ଏହା ପୂର୍ବରୁ ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ନର୍ଦ୍ଧିଷ୍ଟ ସମୟ ମଧ୍ୟରେ ଆରମ୍ଭ ହୋଇଥିଲା । ଯଦିଓ ୧୦ ସୁଦ୍ଧା ରଥ ଉପରକୁ ଠାକୁର ପହଣ୍ଡି ବିଜେ ହେବେ ବୋଲି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନର ତପôରତା ଯୋଗୁ ପହଣ୍ଡିବିଜେ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଶେଷ ହୋଇଥିଲା ।

ମହାପ୍ରଭୁ ଖେଚୁଡି ଭୋଗ ଖାଇ ସାରିବା ପରେ ଶଙ୍କରାଚାର୍ୟ୍ୟ ମହାପ୍ରଭୂଙ୍କ ଦର୍ଶନ କରିଛନ୍ତି ।

ଗଜପତି ମହାରାଜା ଏହାପରେ ରଥ ଉପରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପୁର୍ବାହ୍ନ ୧୨ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

ପ୍ରତି ରଥକୁ ୫ ଶହ ସେବକ ଟାଣିବାର ବ୍ୟବସ୍ଥା କରାଯାଇଛି । ପ୍ରତି ରଥ ଟଣା ହେବାର ୧ ଘଣ୍ଟାପରେ ଅନ୍ୟ ରଥ ଟାଣିବା ପାଇଁ ନିଷ୍ପତି ହୋଇଛି । ରଥ ଟାଣିବା ପାଇଁ ଯେଉଁ ସେବାୟତ ମାନେ ରଥ ଟାଣିବେ ସେମାନଙ୍କ କୋଭିଡ ପରୀକ୍ଷା କରାଯାଇ ସେମାନଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ରଥ ଟାଣିବା କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ରଥଟଣା କାର୍ଯ୍ୟ ପାଇଁ ମନୋନୀତ ହୋଇଥିବା ଜଣେ ସେବାୟତଙ୍କର କରୋନା ପଜିଟିଭ ଆସିବା ପରେ ତାଙ୍କୁ ଏଥିରୁ ଅପସାରିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eight + 13 =