ଗଜପତି ମହାରାଜା ହେଉଛନ୍ତି ମହାପ୍ରଭୂଙ୍କ ଆଦ୍ୟସେବକ

ପୁରୀ() ସାରା ଓଡ଼ିଶାର ଆଖି ଟିଭିରେ ହିଁ ଲାଖିରହିଛି । ଚାଲିଛି ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା । ଇତିମଧ୍ୟରେ ପହଣ୍ଡି ସରିଥିବାବେଳେ ଶଙ୍କରାଚାର୍ୟ୍ୟ ମହାପ୍ରଭୂଙ୍କ ଦର୍ଶନ କରିଛନ୍ତି । ଏବେ ଚାଲିଛି ଛେରାପହଁରା । ଗଜପତି ମହାରାଜା ଛେରାପହଁରା କରୁଛନ୍ତି । ମହାରାଜାଙ୍କ ଆଗରେ ଫୁଲ ଓ ସୁବାସିତ ଜଳ ସିଚଂନ କରି ଆଗକୁ ମାଡ଼ି ଚାଲିଛନ୍ତି ସେବାୟତ । ଗଜପତି ମହାରାଜା ଛେରା ପହଁରା କରିବା ପରେ ରଥ ଟାଣିବା ନେଇ ପ୍ରସ୍ତୁତି ଆରମ୍ଭ ହେବ । ଗଜପତି ମହାରାଜା ହେଉଛନ୍ତି ମହାପ୍ରଭୂଙ୍କ ଆଦ୍ୟସେବକ ।

ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଆଧାରରେ ସେବା ଓ ନୀତିକାନ୍ତି ଜାରିରହିଛି । ବରଂ ନିର୍ଦ୍ଧାରିତ କାର୍ୟ୍ୟସୂଚୀଠାରୁ ଆଗୁଆ ନୀତିକାନ୍ତି ହେଉଛି । ସକାଳେ ରଥ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

17 − eight =