ଚତୁର୍ଥ ଦିନରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ସମୁଦାୟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି ଚାଲିଛି ।

ଆଜି ସକାଳେ ରଥ ଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏହି ସେବକମାନେ ଗତ କାଲି ଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି । ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଘର ଠାରୁ ଦୂରେଇ ରହି ମଧ୍ୟ ସେବକମାନେ ଅତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସହ କାର୍ଯ୍ୟ କରୁଛନ୍ତି । ଶ୍ରୀମହାପ୍ରଭୁଙ୍କ କାର୍ଯ୍ୟକୁ ଅତି ଭକ୍ତିର ସହ ସେମାନେ ଗ୍ରହଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =