ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି

ପୁରୀ()  ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ । ସେଠାରେ ଗଜପତିଙ୍କ ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବେ ।

ସୂଚନା ଅନୁଯାୟୀ ଗତକାଲି ଥିଲା ଖଳିଲାଗି ଏକାଦଶୀ । ଏହି ଅବସରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଳିଲାଗି ନୀତି କରାଯାଇଥିଲା । ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ ରଥଖଳାରେ ରଥନିର୍ମାଣ କାମ ପାଖାପାଖି ଶେଷ ହେବା ଉପରେ।

Share

Leave a Reply

Your email address will not be published. Required fields are marked *

seventeen − 9 =