ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀଙ୍କୁ ଆସିଛନ୍ତି । ଏଥିପାଇଁ ମା’ ଠାକୁରାଣାୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ।

ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ପରାମର୍ଶରେ ମୋହିନୀ ଚୂର୍ଣ୍ଣ ଧରି ମା’ ଲକ୍ଷ୍ମୀ ପାଲିଙ୍କିରେ ନନ୍ଦିଘୋଷ ରଥ ନିକଟକୁ ଆସି ରାଗ ଜର୍ଜରିତ ହୋଇ ଖଣ୍ଡେ ରଥକାଠ ଭାଙ୍ଗିବେ । ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଲକ୍ଷ୍ମୀ ଠାକୁରାଣୀ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟାଧୂପ ଚାଲିଥିବାରୁ ଟେରା ପଡିଥାଏ । ଦର୍ଶନ ନପାଇ କେବଳ ଆଜ୍ଞାମାଳ ପାଇ ମା’ ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।

 

Share

Leave a Reply

Your email address will not be published. Required fields are marked *

12 − six =