ମେ ୩ ପରେ ଚନ୍ଦନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ

ଭୁବନେଶ୍ୱର() ରଥଯାତ୍ରା ଓ ଚନ୍ଦନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ମନ୍ଦିର ବାହାରେ ପର୍ବ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । ସରକାରୀ ନିୟମକୁ ଶ୍ରୀମନ୍ଦିର ପ୍ରଶାସନ ପାଳନ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି । ସନ୍ଧ୍ୟାରେ ନୀତି ଓ ବିଧି ସମ୍ପର୍କରେ ଶଙ୍କରାଚାର୍ଯ୍ୟ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ମେ ୩ରେ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେବ ତାକୁ ଆମର ଅପେକ୍ଷା ରହିଛି । ମେ ୩ ପରେ ଚନ୍ଦନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ମାନବ ସମାଜକୁ ବିପଦରେ ପକାଇ ଧର୍ମ ପାଳନ କରାଯିବା ଉଚିତ ନୁହେଁ । ଉତ୍କଳ ପ୍ରଦେଶ ଓ ସାରା ବିଶ୍ୱକୁ ମହାପ୍ରଭୁ ନିରୋଗ ରଖନ୍ତୁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 4 =