ମଙ୍ଗଳବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ


ମେଷ – ଦ୍ୱିଧାଗ୍ରସ୍ତ ହୋଇପାରନ୍ତି । ଯାତ୍ରା କ୍ଳେଶକର ହୋଇପାରେ, ମାତ୍ର ଧନାଗମ ହେବାର ସୂଚନା ମିଳୁଛି । ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଳମନା,ଅତିସୁଖୀ ସହିଷ୍ଣୁ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବୃଷ – ନିଜ ବୁଦ୍ଧି ପ୍ରୟୋଗ କରି ଅଧିକ ରୋଜଗାର କରିପାରନ୍ତି । ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍ ହେବେ । ତୃପ୍ତିକର ଭୋଜନ ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମିଥୁନ – ବ୍ୟବସାୟ ଲାଭରେ ଚାଲିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ତଥାପି ମନ ପ୍ରସନ୍ନ ରହିବ । ଭାଗ୍ୟବାନ୍ ହେବେ । ପ୍ରିୟଭାଷୀ ଓ ଧନ ଯାନବାହନଯୁକ୍ତ ହୋଇପାରନ୍ତି । ସୁପୁଣ୍ୟଶୀଳ ହେବେ । ସରଳ ପ୍ରକୃତିର ହେବେ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୮ ।

କର୍କଟ – କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖ-ସନ୍ତୋଷ ମିଳିବ । ଯଶସ୍ୱୀ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବା ଆଶା କରାଯାଏ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ସିଂହ – ଆୟ ବୃଦ୍ଧିର ସୂଚନା ମିଳୁଛି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ଦିର୍ଘଦିନର ଆଶା ପୂରଣ ହୋଇପାରେ । ଶୁଭ ରଙ୍ଗ ଲାଇଟ୍ ଆକାଶୀ । ଶୁଭ ଅଙ୍କ ୫ ।

କନ୍ୟା – ପରୋପକାର କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବ । ଗୋଷ୍ଠୀ,ନଗର ଓ ଗ୍ରାମର ଅଧିପତି ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ତୁଳା – ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଭାଷାବିତ୍ ହୋଇପାରନ୍ତି । କୃତକର୍ମ ପାଇଁ ରାଜପୂଜିତ ହେବେ । ଗ୍ରାମାଧୀଶ ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ଶୁଭ ରଙ୍ଗ ଲାଇଟ୍ ନୀଳ । ଶୁଭ ଅଙ୍କ ୬ ।

ବିଛା – ନୂତନ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବେ । ଆଲୋଚନା ଓ ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କରି ସଫଳତା ଲାଭ କରିବେ । ନିଜ ବୃିର ବିଶାରଦ ହୋଇପାରନ୍ତି । ଶ୍ରେଷ୍ଠତା ବଜାୟ ରଖିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ଧନୁ – ସତ୍ କର୍ମରେ ପ୍ରଶଂସନୀୟ ହେବେ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ । ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ସମ୍ମାନିତ ହେବେ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗୋଲଡ୍ । ଶୁଭ ଅଙ୍କ ୩ ।

ମକର – ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । କୌଣସି କାରଣରୁ ଅନୁତପ୍ତ ହୋଇପାରନ୍ତି । ଚେଷ୍ଟାରେ ସଫଳତା ଲାଭ କରିବେ । ମଧ୍ୟମଧରଣର ଶୁଭଫଳ ପ୍ରାପ୍ତ ହେବ । ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ସତ୍ୟବାଦୀ ହେବେ । ଶୁଭ ରଙ୍ଗ ଲାଇଟ୍ ନାଲି । ଶୁଭ ଅଙ୍କ ୧ ।

କୁମ୍ଭ – ର୍କବ୍ୟ ପରାୟଣ ହେବେ । ଭ୍ରମଣ ଯୋଗ ଅଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁନ୍ଦର ବସ୍ତୁ ଲାଭ ହେବ, ଅସାବଧାନତା ହେତୁ ସତର୍କ ନ ରହିଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୫ ।

ମୀନ – ବୃଥା ବ୍ୟୟ ଘଟିପାରେ । କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି । ଧର୍ମ କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି । ପ୍ରୀତି ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରକୁ ଅଧିକ ଉଜ୍ଜ୍ୱଳମୟ କରିବେ । ସୌଭାଗ୍ୟ ବୃଦ୍ଧି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

Share

Leave a Reply

Your email address will not be published. Required fields are marked *

fifteen − 5 =