ଗୁରୁବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କାର୍ୟ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ବୁଦ୍ଧି ଚାଳନା କରି କାର୍ୟ୍ୟ ହାସଲ କରିପାରନ୍ତି । ଗୁରୁଜନଙ୍କ ସୁଦୟା ଆପଣଙ୍କ ଉପରେ ଅଛି । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୪ ।

ବୃଷ – ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କାର୍ୟ୍ୟର ସଫଳ ରୂପାୟନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ । ସାହସୀ ହୋଇପାରନ୍ତି । ନିଜ ଲୋକଙ୍କ ଦ୍ୱାରା ଉପକୃତ ହେବେ । କୁଶଳା ହୋଇପାରନ୍ତି । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।

ମିଥୁନ – ମନ ଚଳ ରହିବ । ସୁଖ ସମ୍ମାନ ଲାଭ କରିପାରନ୍ତି । ସୁଖାଦ୍ୟ ପାଇ ଖୁସି ହୋଇପାରନ୍ତି । ହର୍ଷ-ଉଲ୍ଲାସରେ ଦିନ ବିତାଇ ପାରନ୍ତି । ସତ୍ କାର୍ୟ୍ୟରେ ବ୍ୟୟ କରିବାକୁ ଆଗ୍ରହୀ ହେବେ । ସତ୍ୟବାଦୀ ହେବେ । ଶୁଭ ରଙ୍ଗ ଧୂଷର । ଶୁଭ ଅଙ୍କ ୧ ।

କର୍କଟ – କର୍ମ ଚଳ ରହିବେ । ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ ମନ କିଣି ପାରନ୍ତି । ଶାନ୍ତ,ନିପୁଣ, ମେଧାବୀ, ଜିତେନ୍ଦ୍ରିୟ ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ । ଶତ୍ରୁ ବିଜୟୀ ହେବେ । ନୀତିନିଷ୍ଠ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ । ନିଜକୁ ଅସହାୟ ମନେ କରିପାରନ୍ତି । ଶାରୀରିକ ସ୍ତରରେ କ୍ଳେଶ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଏହି ଦିନ ସତର୍କରେ ଚଳିବାକୁ ହେବ । ଉଚ୍ଚସ୍ଥାନ ଚଢିବା ମନା । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – ଗୃହ ସାଜ-ସଜ୍ଜାରେ ବ୍ୟସ୍ତ ରହିବେ । ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି । ବିଭିନ୍ନ ଦିଗରୁ ଆୟ ଆସିପାରେ । ବିନୀତ ସ୍ୱଭାବର ହେବେ । ଗୁଣବାନ୍ ହେବେ । ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ତୁଳା – ଗୃହକର୍ମ ଆନନ୍ଦଦାୟକ ହେବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ । ଉମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ବୁଦ୍ଧିମାନ୍ ହେବେ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୭ ।

ବିଛା – ପରର ଉପକାର କରି ଆନନ୍ଦ ଅନୁଭବ କରିପାରନ୍ତି । ଦୃଢ ମନୋବଳକୁ ପାଥେୟ କରି କାର୍ୟ୍ୟ ସମ୍ପାଦନ କରିବେ । ଆଶାଫଳବତୀ ହେବ । କାର୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ । ଧନଶାଳୀ ହେବେ । ଶୁଭ ରଙ୍ଗ ଲାଇଟ ନୀଳ । ଶୁଭ ଅଙ୍କ ୮ ।

ଧନୁ – କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । କାର୍ୟ୍ୟ ଧାରାରେ ସାମାନ୍ୟ ପରିର୍ବନ କରାଇ ପାରନ୍ତି । ବିରୋଧୀମାନଙ୍କ ମୁଖ ବନ୍ଦ କରିବାରେ ସଫଳ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ମକର – ସହକର୍ମୀମାନଙ୍କ ସହାୟତା ମିଳିପାରେ । କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି । ଧନ-ମନ-ସୁଖ-ସମ୍ଭୋଗ ଓ ଧର୍ମକାର୍ୟ୍ୟ କରିବେ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ଗାଢା ନୀଳ । ଶୁଭ ଅଙ୍କ ୧ ।

କୁମ୍ଭ – କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ସିଦ୍ଧହସ୍ତ ହେବେ । ବିଭିନ୍ନ ସ୍ତରରୁ ସାହାର୍ୟ୍ୟ ସହଯୋଗ ମିଳିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଳମନା ହେବେ । ଅତିସୁଖୀ ଓ ର୍କୀିମାନ ହୋଇପାରନ୍ତି । ଶୁଭ ରଙ୍ଗ ଲାଇଟ୍ ନାଲି । ଶୁଭ ଅଙ୍କ ୫ ।

ମୀନ – ଲୋକଙ୍କ ଠାରେ ବିଶ୍ୱାସ ଭାଜନ ହୋଇପାରନ୍ତି । ସୁଖୀ ହେବେ । ସମ୍ମାନିତ ହେବେ । ସରକାରୀ କୃପା ଲାଭ କରିବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଯଥେଷ୍ଟ ପରିମାଣର ହେବ । ଶୁଭ ରଙ୍ଗ ଲାଇଟ୍ ଗ୍ରିନ୍ । ଶୁଭ ଅଙ୍କ ୧ ।

Share

Leave a Reply

Your email address will not be published. Required fields are marked *

3 × 2 =