ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ

ସୁନ୍ଦରଗଡ଼: ଲଜ୍ଜା । ପୁଣି ଲଜ୍ଜା । ଜଣେ ବିଧବା ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଏହି ମାମଲାରେ ଜଣେ ନାବାଳକ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ପିଡିତା ମହିଳା ଜଣକ କୋଇଡା ବଜାରରୁ ପରିବା ବିକ୍ରି କରି ଘରକୁ ଫେରୁଥିବା ବେଳେ ଗୁରୁଦ୍ୱାରା ଛକ ନିକଟରୁ ଦୁର୍ବୁତମାନେ ଏକ ସ୍କର୍ପିଓରେ ଆସି ଟେକି ନେଇଯାଇଥିଲେ । ନିକଟରେ ଥିବା ଏକ କାଜୁ ଫିଲ୍ଡକୁ ନେଇ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଦୁଷ୍କର୍ମ କରିଥିଲେ । ସୌଭାଗ୍ୟବଶତଃ ମହିଳା ଜଣକ ସେଠାରୁ ଚାଲାକ କରି ଖସିପଳାଇ ଆସିଥିଲେ । ତେବେ ଏହି କଥା କାହା ଆଗରେ କହିଲେ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ ଅଭିଯୁକ୍ତମାନେ ।

ସେମାନଙ୍କ ନିକଟରୁ ଖସି ଆସିବା ପରେ ସାହସ ଜୁଟାଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଏହି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ମହିଳାଙ୍କ ନିକଟରୁ ୨୩ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିବା ସେ କହିଛନ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + twelve =