ବିଲୁଙ୍ଗ ଗାଁ ରଙ୍ଗବତୀ ବିଲୁଙ୍ଗ ନାଁରେ ନାମିତ

ଭୁବନେଶ୍ୱର() ସାରା ଓଡ଼ିଶା ସମେତ ଦେଶରେ ରଙ୍ଗବତୀ ଗୀତ ବେଶ୍‌ ଚହଳ ସୃଷ୍ଟି କରିଥିଲା । ଏହି ଗୀତର ପୁରୁଷ ଗାୟକ ହେଉଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ୍‌ । ଏହି ଗୀତ ପାଇଁ ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ଏହାର ଗୀତିକାର ଥିଲେ ମିତ୍ରଭାନୁ ଗୌନ୍ତିଆ । ଗୀତିକାର ମିତ୍ରଭାନୁଙ୍କ ଗାଁ ବିଲୁଙ୍ଗର ନାମକରଣ ରଙ୍ଗବତୀ ବିଳୁଙ୍ଗ କରାଯାଇଛି । ଓଡ଼ିଶାର ଅନେକ ଲୋକପ୍ରିୟ ଗୀତ ମଧ୍ୟରୁ ରଙ୍ଗବତୀ ଗୀତ ହେଉଛି ଅନ୍ୟତମ । ତେବେ ଗୋଟିଏ ଗ୍ରାମର ନାମକରଣ କୌଣସି ଗୀତ ନାମରେ ହେବା ସମ୍ଭବତଃ ଏହା ପ୍ରଥମ ଘଟଣା । ସମ୍ବଲପୁର ଜିଲ୍ଲାର ବାମରା ତହସିଲ ଅନ୍ତର୍ଗତରେ ଏହି ଗ୍ରାମ ଆସୁଛି ।

ଗୀତିକାର ମିତ୍ରଭାନୁଙ୍କ ସମ୍ମାନାର୍ଥେ ଏବଂ ପ୍ରଥମ ଥର ସମ୍ବଲପୁରରେ ଏହି ଗୀତ ରେକର୍ଡ ହୋଇଥିବାରୁ ବିଲୁଙ୍ଗ ଗାଁକୁ ଏବେ ରଙ୍ଗବତୀ ବିଲୁଙ୍ଗ ନାଁରେ ନାମିତ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ମଧ୍ୟ ଆସିସାରିଛି । ଏଭଳି ଘଟଣା ଭାରତ ଇତିହାସରେ ବିରଳ ବୋଲି କୁହାଯାଉଛି ।

ରଙ୍ଗବତୀ ଗୀତ ପ୍ରଥମେ ୧୯୭୫-୭୬ ମସିହାରେ ସମ୍ବଲପୁରର ଅଲ ଇଣ୍ଡିଆ ରେଡିଓ (ଏଆର)ରେ ରେକର୍ଡ କରାଯାଇଥିଲା । ଏହାର ବ୍ୟାପକ ଲୋକପ୍ରିୟତା ପରେ, ଇଣ୍ଡିଆନ୍ ରେକର୍ଡ ମାନୁଫକ୍ଚରିଂ କମ୍ପାନୀ ଲିମିଟେଡ୍ (INRECO), ଏହି ଗୀତକୁ ୧୯୭୬ରେ ଡିସ୍କ ଫର୍ମାଟରେ ରେକର୍ଡ କରାଯାଇଥିଲା । କିନ୍ତୁ ଏହି ଡିସ୍କ ୧୯୭୮-୭୯ରେ ମୁକ୍ତିଲାଭ କରିଥିଲା । ଏହି ଗୀତ ମ୍ୟୁଜିକ୍‌ କମ୍ପୋଜର ଥିଲେ ସ୍ୱର୍ଗତ ପ୍ରଭୂଦତ୍ତ ପ୍ରଧାନ । ଏହି ଗୀତରେ ଜିତେନ୍ଦ୍ର ହରିପାଲଙ୍କ ସହ-ଗାୟକ ହେଉଛନ୍ତି କ୍ରୀଷ୍ଣା ପଟେଲ ।

 

Share

Leave a Reply

Your email address will not be published. Required fields are marked *

9 + six =