୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ଶୀତ ଲହରୀ ଅନୁଭୂତ ନେଇ ୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ସୋନପୁର, ଝାରସୁଗୁଡା, ଦେବଗଡ, ବଲାଙ୍ଗିରକୁ । ଏହା ପରେ ୨୮ ଓ ୨୯ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

୨୮ରେ ୯ ଜିଲ୍ଲାରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା। କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା, ମତୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି। ସେହିପରି ୨୯ରେ ୬ ଜିଲ୍ଲାରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ।

Share

Leave a Reply

Your email address will not be published. Required fields are marked *

seven + 4 =