୧୭ରୁ ରାଜ୍ୟରେ ପୁଣି ବର୍ଷା

ନୂଆଦିଲ୍ଲୀ: ରାଜ୍ୟରେ ପୁଣି ବର୍ଷିବ । ଆସନ୍ତା ୧୭ରୁ ରାଜ୍ୟରେ ପୁଣି କୁଟିବ । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡିଶା ନିକଟରେ ପହଂଚିପାରେ । ପ୍ରଭାବରେ ୧୭ରୁ ଉପକୂଳ ଓଡିଶାରେ ପୁଣି ଏକ ବର୍ଷା ସ୍ପେଲ ଚାଲିବ । କ୍ରମେ ଉପକୂଳରେ ବର୍ଷା କମିବ । ମାତ୍ର ଆଭ୍ୟନ୍ତରୀଣ ଓଡିଶାରେ ବଢିବ । ସମ୍ବଲପୁର, ଅନୁଗୁଳ, ଦେବଗଡ, ବରଗଡ, ବୌଦ୍ଧରେ ପ୍ରବଳ ବର୍ଷିବ । ଆସନ୍ତାକାଲି ସୁଦ୍ଧା ଉପକୂଳରେ ବର୍ଷା ସଂପୂର୍ଣ୍ଣ ଭାବେ କମିଯିବ ।

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଛି । ଫଳରେ ରାଜ୍ୟରେ ବର୍ଷାର ବିତ୍ପାତ ଦେଖା ଦେଇଛି । ବିଶେଷ କରି ଟ୍ୱିନସିଟି ପୁରୀ ଏବଂ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା । ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୮୩ ବର୍ଷର ରେକର୍ଡ ଭଙ୍ଗ କରିଛି । ସେହିପରି ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୬୩ ବର୍ଷର ରେକର୍ଡ ଭଙ୍ଗ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍ , ପାରାଦୀପରେ ୨୧୯ ମିଲିମିଟର୍, ଭୁବନେଶ୍ୱରରେ ୧୯୫ ମିଲିମିଟର୍, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି।

 

Share

Leave a Reply

Your email address will not be published. Required fields are marked *

twenty + seven =