ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ରାଜ୍ୟରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି କୋରାପୁଟ, ବୌଦ୍ଧ,କନ୍ଧମାଳ, ଜଗତସିଂହପୁର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ, ପୁରୀ, ଅନୁଗୁଳୁ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ, ନୂଆପଡା ଆଦି ଜିଲ୍ଲରେ ବର୍ଷା ସହ ଝଡ ତୋଫାନ ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସାରା ରାଜ୍ୟରେ ଗ୍ରାଷ୍ମ ପ୍ରଭାବ ଜାରି ରହିଥିବା ସମୟରେ ଅନେକ ସହରର ତାପମାତ୍ର ୪୦ ଡିଗ୍ରୀ ଛୁଇଁଛି । ତେବେ କାଳବୈଶାଖୀ ବର୍ଷାପରେ ସାମାନ୍ୟ ତାତିରୁ ଆଶ୍ୱସ୍ତି ମିଳୁଛି ।

Share

Leave a Reply

Your email address will not be published. Required fields are marked *

4 × two =