୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶାରେ ଉପରେ  ଏକ ଲଘୁଚାପ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ୨-୩ ଦିନ ବର୍ଷା ଲାଗି ରହିବ ।  ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ ।  ଶୁକ୍ରବାର ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି ।

ତେବେ  ଲଘୁଚାପ ଯୋଗୁ ଆଜି ଓ ଆସନ୍ତାକାଲି   ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ମାଲକାନାଗିରି, ସମ୍ବଲପୁର, ଦେବଗଡ଼, ପୁରୀ, ଜଗତସିଂହପପୁର, ଅନୁଗୁଳ ଓ ବଲାଙ୍ଗିର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଉପକୂଳବର୍ତ୍ତୀ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କ ପାଇଁ ମଧ୍ୟ ୟେଲା ୱାର୍ଣ୍ଣିଂ ଜାରି  ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × one =